fbpx

ଆଉ ଦୁଇ ପାଦ ବାକି, ଭାରତ ହେବ ବିଶ୍ୱ ଚାମ୍ପିୟନ: ୨୦୧୫ ଓ ୨୦୧୯ ବିଶ୍ୱକପର ଭୁଲରୁ ଶିକ୍ଷାଲାଭ କରୁ ଟିମ୍ ଇଣ୍ଡିଆ, ଧୈର୍ଯ୍ୟ ରଖିବା ଆବଶ୍ୟକ

ନୂଆଦିଲ୍ଲୀ: ଭାରତରେ ଆୟୋଜିତ ହେଉଥିବା ଚଳିତ ଦିନିକିଆ ବିଶ୍ୱକକପରେ ଟିମ୍ ଇଣ୍ଡିଆ ତା’ର ବିଜୟ ଯାତ୍ରା ଜାରି ରଖିଛି । ଏକମାତ୍ର ଦଳ ଭାବେ ବିଶ୍ୱକପରେ ଭାରତ ବର୍ତ୍ତମାନ ସୁଦ୍ଧା ଅପରାଜେୟ ରହି ୮ଟି ମ୍ୟାଚରୁ ୧୬ଟିରେ ବିଜୟ ହାସଲ କରିବା ସହିତ ପଏଣ୍ଟ ଟେବୁଲରେ ଟପରେ ରହିଛି । ବିଶ୍ୱକପର ଆଉ ମାତ୍ର ୬ଟି ମ୍ୟାଚ ବାକି ରହିଥିବା ବେଳେ ସେମିଫାଇନାଲ ପାଇଁ ୪ଟି ଦଳ ମଧ୍ୟରେ ଟକ୍କର ଚାଲିଛି ।

ତେବେ ଭାରତ ସେମିଫାଇନାଲରେ ପହଞ୍ଚି ସାରିଥିଲେ ହେଁ ଏହି ଲଢ଼େଇ ପାଇଁ ଅଧିନାୟକ କ’ଣ ରଣନୀତି ପ୍ରସ୍ତୁତ କରିବେ ତାହା ହିଁ ଏବେ ବଡ଼ ପ୍ରଶ୍ନ । ଭାରତ ସମସ୍ତ ମ୍ୟାଚ ଜିତିଥିଲେ ହେଁ ଏଥିରେ ଖୁସି ହେବାର କୌଣସି ପ୍ରଶ୍ନ ନାହିଁ । କାରଣ ଗତ ୨୦୧୫ ଓ ୨୦୧୯ ବିଶ୍ୱକପ ସେମିଫାଇନାଲରେ ଭାରତ ଯେଉଁ ଭୁଲ କରିଥିଲା ତାକୁ ଆଜି ବି ଭୁଲି ନାହାନ୍ତି ଭାରତର ଅଗଣିତ କ୍ରୀଡ଼ାପ୍ରେମୀ । ତେଣୁ ବିଜୟ ଖୁସିରେ ଧୈର୍ଯ୍ୟ ନ ହରାଇ ଧୀରସ୍ଥିର ଭାବେ ଭବିଷ୍ୟତ ପାଇଁ କାର୍ଯ୍ୟପନ୍ଥା ସ୍ଥିର କରିବା ଆବଶ୍ୟକ ।

ନଭେମ୍ବର ୧୫ରେ ପ୍ରଥମ ସେମିଫାଇନାଲ ହେବାକୁ ଥିବା ବେଳେ ତା’ ପୂର୍ବରୁ ଟିମ୍ ଇଣ୍ଡିଆ ଏକ ଅଭ୍ୟାସ ମ୍ୟାଚ ଖେଳିବ । ଭାରତ-ନେଦରଲାଣ୍ଡସ ମ୍ୟାଚ ୧୨ ତାରିଖରେ ହେବାକୁ ଥିବାବେଳେ ଖେଳାଳିମାନେ ୧୩ ଓ ୧୪ ଦୁଇ ଦିନ ବିଶ୍ରାମ ପାଇବେ । ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆକୁ ଛାଡ଼ିଦେଲେ ଭାରତ ଅନ୍ୟ ୬ଟି ମ୍ୟାଚ ଏକତରଫା ଭାବେ ଜିତିଛି । ଉଭୟ ବ୍ୟାଟିଂ ଓ ବୋଲିଂର ଭାରତ ଉଚ୍ଚକୋଟୀର ପ୍ରଦର୍ଶନ କରୁଥିଲେ ହିଁ କିଛି ଖେଳାଳି ଏବେ ବି ଦୁର୍ବଳ ଫର୍ମ ଦେଇ ଗତି କରୁଛନ୍ତି । ତେଣୁ ଅତୀତର ଭୁଲରୁ ଶିକ୍ଷାଲାଭ କରି ସମସ୍ତ ଖେଳାଳି ଅତ୍ୟନ୍ତ ସାବଧାନତାର ସହିତ ଫାଇନାଲ ଲଢ଼େଇରେ ଅବତୀର୍ଣ୍ଣ ହେବା ଆବଶ୍ୟକ ।

Get real time updates directly on you device, subscribe now.