fbpx
BSKY
BJD MC SKY
BJD YOUTH SKY

ରାଜଧାନୀରେ କୋକେନ ସହ ବ୍ୟବସାୟୀ ଗିରଫ ଘଟଣା: କ୍ରାଇମବ୍ରାଞ୍ଚକୁ ମିଳିଲା ନୂଆ ସୁରାଗ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ୨୦୨ ଗ୍ରାମର ବ୍ରାଉନସୁଗାର ସହିତ ୨ ମାଫିଆଙ୍କୁ ଗିରଫ ଘଟଣାରେ ଆସିଛି ନୂଆ ମୋଡ । ଏହି ଦୁଇ ମାଫିଆଙ୍କ ବିଦେଶୀ ଲିଙ୍କ ଥିବା ନେଇ ସୂଚନା ମିଳିଛି । ବ୍ରାଉନ ସୁଗାର ସହ ମାଫିଆ ରବି ଏବଂ ସନ୍ନି ଉଭୟଙ୍କର ଏହି ବ୍ୟବସାୟରେ ୬ଟି ଦେଶର ମାଫିଆଙ୍କ ସହ ରହିଥିବା ଜଣାପଡିଛି । ଏ ନେଇ କ୍ରାଇମବ୍ରାଞ୍ଚ ଏଡିଜି ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ନିକଟରେ କୋକେନ ବ୍ୟବସାୟରେ ଗିରଫ ହୋଇଥିବା ଦୁଇ ମାଫିଆ ରବି ଏବଂ ସନ୍ନିଙ୍କର ବିଭିନ୍ନ ଦେଶର ମାଫିଆଙ୍କ ସହ ଲିଙ୍କ ଥିବା ନେଇ ସୂଚନା ମିଳିଛି । ମୋଟ ୬ଟି ଦେଶର ଡ୍ରଗ୍ସ ମାଫିଆଙ୍କ ସହ ଏମାନେ ଯୋଗାଯୋଗ କରୁତିବା କ୍ରାଇମବ୍ରାଞ୍ଚ ଏଡିଜି ସୂଚନା ଦେଇଛନ୍ତି । ତଦନ୍ତ କରୁଥିବା ସମୟରେ ବିଦେଶୀ ଲିଙ୍କ ବିଷୟରେ ଜାଣିବାକୁ ପାଇଛି କ୍ରାଇବ୍ରାଞ୍ଚ । ପୁରୀରେ ଅନେକ ବିଦେଶୀଙ୍କ ଭିଡ ଲାଗି ରହିଥିବାରୁ ସେଠରେ ମଧ୍ୟ ବ୍ୟବସାୟ କରିବା ପାଇଁ ମଧ୍ୟ ଚେଷ୍ଟା କରିଥିଲେ ସନ୍ନି ଏବଂ ରବି । ଉଭୟଙ୍କୁ ଏନସିବି ଅଧିକାରୀ ଜେରା କରିଥିବା ଏଡିଜି ପ୍ରକାଶ କରିଛନ୍ତି ।

ଆଗାମୀ ୨୦୨୩ ହକି ବିଶ୍ୱକପକୁ ନଜରରେ ରଖି ଏମାନେ ନିଜ ନେଟୱାର୍କ ଗଢୁଥିଲେ । ତେବେ ଏହି ସମୟରେ ଏସଟିଏଫ ହାତରେ ଏମାନଙ୍କ କଳା କାରନାମା ଧରା ପଡିଯାଇଥିଲା । ଏହି ବିଶ୍ୱକପରେ ଅନେକ ବିଦେଶୀ ପର୍ଯ୍ୟଟକଙ୍କ ସମାଗମ ହେବାକୁ ଥିବା ବେଳେ ଏଠାରେ ବେପାର ଭଲ ହେବ ବୋଲି ସେମାନେ ଯୋଜନା କରୁଥିଲେ । ତେବେ ସେମାନଙ୍କର ସମସ୍ତ ଯୋଜନା ପଣ୍ଡ କରି ଦେଇଛି ପ୍ରଶାସନ ।

Get real time updates directly on you device, subscribe now.