fbpx

ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନରେ ହିଂସାର ପ୍ରଭାବ: ଲାଉଡସ୍ପିକର ବଜାଇବା ଉପରେ ଲାଗିଲା ରୋକ

ମଥୁରା: ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ମଥୁରା ନଗରୀରେ ପଡିଛି ଲୋକଙ୍କ ମଧ୍ୟରେ ଚାଲିଥିବା ହିଂସାର ପ୍ରଭାବ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅପିଲ ପରେ ଶ୍ରକୃଷ୍ଣଙ୍କ ଜନ୍ମସ୍ଥାନରେ ଲାଉଡ ସ୍ପିକର ବଜାଇବା ଉପରେ ରୋକ ଲଗାଯାଇଛି । ନିକଟରେ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି ।

ଧାର୍ମିକ ସ୍ଥାନ ଗୁଡିକରେ ଲାଉଡସ୍ପିକରର ଶବ୍ଦ ପରିସର ବାହାରକୁ ନଯିବା ନେଇ ନିର୍ଦ୍ଦେଶ ଜାରି ହୋଇଥିଲା । ଏହାପରେ ଲାଉଡ ସ୍ପିକର ହଟାଇବାକୁ ନିଜେ ନିଷ୍ପତ୍ତି ନେଇଛି ମନ୍ଦିର ପ୍ରଶାସନ । ଏ ନେଇ ସଚିବ କପିଲ ଶର୍ମା ସୂଚନା ଦେଇଛନ୍ତି । ଏହା ପୂର୍ବରୁ ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ଆଖପାଖ ଅଞ୍ଚଳରେ ଲାଉଡସ୍ପିକରରେ ଗୁଞ୍ଜାୟମାନ ହେଉଥିଲା । ଭକ୍ତ ଏବଂ ସ୍ଥାନୀୟ ଲୋକମାନେ ବିଷ୍ଣୁଙ୍କ ସହସ୍ରନାମ ଏବଂ ମଙ୍ଗଳାଚରଣ ପାଠ ଶୁଣିବାକୁ ପାଉଥିଲେ । ଏହାସହିତ ପ୍ରାୟ ଘଣ୍ଟାଏରୁ ଦେଢ ଘଣ୍ଟା ପର୍ଯ୍ୟନ୍ତ ଭଗବାନଙ୍କ ଭଜନ ସଂକୀର୍ତ୍ତନ ମଧ୍ୟ ହେଉଥିବାର ଲୋକମାନଙ୍କ ପାଖରେ ପହଞ୍ଚି ପାରୁଥିଲା ।

କିନ୍ତୁ ସ୍ପିକର ବନ୍ଦ ହେବାର ଖବର ମିଳିବା ପରେ ସାରା ଅଞ୍ଚଳର ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେକିବାକୁ ମିଳିଛି । ଭଗବାନଙ୍କ ମଙ୍ଗଳାଚରଣ ଧ୍ୱନି ଶୁଣିବା ପରେ ସେମାନଙ୍କ ଦିନଚର୍ଯ୍ୟା ଆରମ୍ଭ ହେଉଥିଲା ବୋଲି ସେମାନେ କହିଛନ୍ତି ।

Get real time updates directly on you device, subscribe now.