fbpx

ଇତିହାସ ସୃଷ୍ଟି କଲେ କ୍ରିଷ୍ଟିଆନୋ ରୋନାଲଡୋ, 200 ଫୁଟବଲ୍ ମ୍ୟାଚ୍ ଖେଳିଥିବା ପ୍ରଥମ ଫୁଟବଲର୍

ନୁଆଦିଲ୍ଲୀ: ପର୍ତ୍ତୁଗାଲ ଅଧିନାୟକ ତଥା ମହାନ ଫୁଟବଲ ଖେଳାଳୀ ମାନଙ୍କ ମଧ୍ୟରୁ ଅନ୍ୟତନ କ୍ରିଷ୍ଟିଆନୋ ରୋନାଲଡୋ ଏକ ବଡ଼ ସଫଳତା ହାସଲ କରିଛନ୍ତି । ରୋନାଲଡୋ ୟୁରୋ ୨୦୨୪ କ୍ୱାଲିଫାୟର ମ୍ୟାଚ୍‌ରେ ଆଇସଲ୍ୟାଣ୍ଡ ବିପକ୍ଷରେ ତାଙ୍କ ଖେଳ ଜୀବନର ୨୦୦ ତମ ମ୍ୟାଚ୍ ଖେଳିଛନ୍ତି । ଏହି ମ୍ୟାଚ୍‌କୁ ରୋନାଲଡୋ ନିଜ ପାଇଁ ସ୍ୱତନ୍ତ୍ର ମଧ୍ୟ କରିଥିଲ । ଖେଳ ଶେଷ ହେବାର ଠିକ୍ ପୁର୍ବରୁ ୮୯ ତମ ମିନିଟ୍‌ରେ ଗୋଲ୍ କରି ପର୍ତ୍ତୁଗାଲ ଟିମ୍‌କୁ ୧-୦ରେ ହରାଇଥିଲା ।

୩୮ ବର୍ଷୀୟ ରୋନାଲଡୋ ପ୍ରାୟ ୨୦ ବର୍ଷ ଖେଳିବା ପରେ ପର୍ତ୍ତୁଗାଲ ପାଇଁ ୨୦୦ ମ୍ୟାଚ୍ ପୁରଣ କରିଥିଲେ । ତାଙ୍କର ଏହି ଉପଲବ୍ଧି ପାଇଁ ଆଇସଲ୍ୟାଣ୍ଡ ମ୍ୟାଚ୍ ପୁର୍ବରୁ ହିଁ ତାଙ୍କୁ ସମ୍ମାନିତ କରାଯାଇଥିଲା । ଏହା ସହିତ ରୋନାଲଡୋଙ୍କ ନାମରେ ଗିନିଜ ଲ୍ଡ ରେକର୍ଡ କରିଛନ୍ତି । ଗ୍ରୁପ୍‌-ଜେ ରେ ରୋନାଲଡୋ ତାଙ୍କ ଟିମ୍‌କୁ ଚତୁର୍ଥ ବିଜୟ ଦେଇଥିଲେ । ପର୍ତ୍ତୁଗାଲ ଟିମ୍ ଏପର୍ଯ୍ୟନ୍ତ ଚାରି ମ୍ୟାଚ୍‌ରୁ ଚାରୋଟିରେ ବିଜୟ ହାସଲ କରିଛି । ଏହି ମ୍ୟାଚ୍‌ରେ ଗୋଲ୍ ସହିତ ରୋନାଲଡୋ ଆନ୍ତର୍ଜାତୀୟ ସ୍ତରରେ ୧୨୩ ଗୋଲ୍ ସ୍କୋର କରିଛନ୍ତି ।

ରୋନାଲଡୋ ୨୦୦ ମ୍ୟାଚ୍ ଖେଳିବା ପରେ ୟୁଇଏଫ୍‌ଏ ୱେବସାଇଟରେ କହିଛନ୍ତି ଯେ, ସେ ବହୁତ ଖୁସି ଅଛନ୍ତି । ଏହା ଏପରି ଏକ କ୍ଷଣ ଯାହା କେବେ ଆପଣ ଆଶା କରିପାରିବେ ନାହିଁ । ୨୦୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିବା ମୋ ପାଇଁ ଏକ ଅବିଶ୍ୱସନୀୟ ଉପଲବ୍ଧି ।

ସବୁଠୁ ଅଧିକ ମ୍ୟାଚ୍ ଖେଳିବା କଥା କହିଲେ ରୋନାଲଡୋଙ୍କ ପରେ ଦ୍ୱିତୀୟ ସ୍ଥାନରେ କୁଏତର ବଦର ଅଲ ମୁତାବା ରହିଛନ୍ତି । ସେ ୧୯୬ ମ୍ୟାଚ୍ ନିଜ ଦେଶ ପାଇଁ ଖେଳିଛନ୍ତି । ଏହି ତାଲିକାରେ ମେସି ୧୭୫ ମ୍ୟାଚ୍ ସହିତ ୧୧ତମ ସ୍ଥାନରେ ରହିଛନ୍ତି । ସେହିଭଳି ଭାରତୀୟ ଅଧିନାୟକ ସୁନିଲ ଛେତ୍ରୀ ୧୩୭ ମ୍ୟାଚ୍ ଖେଳିଛନ୍ତି ।

Get real time updates directly on you device, subscribe now.