fbpx

କେମିତି ଏମିତି ହେଲା: ଏକ୍ସପ୍ରେସ୍ ଟ୍ରେନ୍ ରୁ ଖସି ୧୦୦ ମିଟର ଘୋଷାଡି ହୋଇଯିବା ପରେ ବି ଅକ୍ଷତ ଅବସ୍ଥାରେ ଯୁବକ

ନୂଆଦିଲ୍ଲୀ:ଲୋକମୁଖରେ କୁହାଯାଏ, “ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ’ ଏହି ଉକ୍ତିଟି ଆଜି ପୁନର୍ବାର ଉତ୍ତରପ୍ରଦେଶ ଶାହାଜାହାନପୁରରେ ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ ସତ୍ୟ ପ୍ରମାଣିତ ହୋଇଛି । ଏଠାରେ ଆଜି ଜଣେ ବ୍ୟକ୍ତି ଏକ୍ସପ୍ରେସ୍ ଟ୍ରେନ୍ ରୁ ପ୍ଲାଟଫର୍ମରେ ଖସି ପଡିଥିଲେ ମଧ୍ୟ ମରଣ ମୁହଁରୁ ବଞ୍ଚି ଯାଇଛନ୍ତି । ଏବେ ସୋସିଆଲ୍ ମିଡିଆରେ ଏହି ଘଟଣାର ଭିଡିଓ ଜୋରଦାର ଭାଇରାଲ୍ ହେବାରେ ଲାଗିଛି । ଏତେ ଭୟାନକ ଦୁର୍ଘଟଣା ପରେ ବ୍ୟକ୍ତି ଜଣକ କିପରି ବଞ୍ଚିଗଲେି ଭିଡିଓଟିକୁ ଦେଖିବା ପରେ ଏହି ପ୍ରଶ୍ନ ମନକୁ ଆନ୍ଦୋଳିତ କରୁଛି ।

ଶିବାନୀ ଜାନ୍ ନାମକ ଜଣେ ୟୁଜର ଟୁଇଟରରେ ଏହି ଭିଡିଓ ପୋଷ୍ଟ କରିଛନ୍ତି । ଉତ୍ତରପ୍ରଦେଶ ଶାହାଜାହାନପୁରରେ ୧୧୦ କିଲୋମିଟର ସ୍ପିଡ୍ରେ ଆସୁଥିବା ଟ୍ରେନ୍ ରୁ ଜଣେ ଯୁବକ ଖସି ପଡିଥିଲେ । ଏହା ପରେ ସେ ପ୍ରାୟ ୧୦୦ ମିଟର ପର୍ଯ୍ୟନ୍ତ ପ୍ଲାଟଫର୍ମରେ ଘୋଷାଡି ହୋଇ ଟ୍ରେନ୍ ସହ ଚାଲିଯାଇଥିଲେ । ଏହା ଦେଖିବା ପରେ ସେଠାରେ ଛିଡା ହୋଇଥିବା ଲୋକମାନେ ଚିକ୍ରାର କରିଥିଲେ । କିଛି ଲୋକ ତାଙ୍କ ଆଡକୁ ମାଡି ଯାଇଥିଲେ । କିନ୍ତୁ ଭିଡିଓରେ ଦେଖିବାକୁ ମିଳୁଛି ଏହି ଭୟାନକ ଦୁର୍ଘଟଣା ପରେ ବି ଯୁବକ ଜଣକ ଉଠିପଡି ଛିଡା ହୋଇ ଯାଉଛନ୍ତି । ତେବେ ଦ୍ରୁତ ଗତିରେ ଯାଉଥିବା ଟ୍ରେନ୍ ରୁ ଖସି ପଡିବା ଓ ପୁଣି କିଛି ବାଟ ଘୋଷାଡି ହୋଇଯିବା ପରେ ମଧ୍ୟ ଯୁବକଙ୍କ ଶରୀରରେ ସାମାନ୍ୟ ଆଘାତ କିପରି ଲାଗିନି ତାହା ଏବେ ସମସ୍ତଙ୍କୁ ଚକିତ କରିଛି ।

Get real time updates directly on you device, subscribe now.