fbpx

(Video) ଦେ ଦନା ଦନ୍, ଅଜଗରକୁ କଚାଡି ମାରିଲା କୁମ୍ଭୀର, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ପାଣିରେ କୁମ୍ଭୀରକୁ ସବୁଠୁ ବିପଦ ଜୀବ ବୋଲି ବିବେଚନା କରାଯାଇଥାଏ । ତେଣୁ କୁହାଯାଏ, ପାଣିରେ ରହିବା ସମୟରେ କୁମ୍ଭୀର ସହିତ ଲାଗିବା ଠିକ ନୁହେଁ । କିନ୍ତୁ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି.. ଯାହାକୁ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଭିଡିଓରେ କୁମ୍ଭୀର ଏବଂ ଅଜଗର ଭିତରେ ମହାଭାରତ ଦେଖାଯାଇଛି ।

ଭିଡିଓରେ ଦେଖାଯାଇଛି ଯେ, ଅଜଗର ଏବଂ କୁମ୍ଭୀର ମଧ୍ୟରେ ଘମାଘୋଟ ଲଢେଇ ଦେଖାଯାଇଛି । ଏଥିରେ ଦୁହେଁ ଦୁହିଁଙ୍କ ମଧ୍ୟରେ ଗୋଡାଇ ହୋଇ ରହିଥିବା ଦେଖାଯାଇଛି । ଭିଡିଓ ଦେଖି ୟୁଜର୍ସ ଛାନିଆ ହେଲା ଭଳି ଷ୍ଟିକର ଦେବା ସହିତ ବହୁ ମାତ୍ରାରେ ସେୟାର କରୁଛନ୍ତି । କୁମ୍ଭୀର ଅଜଗରକୁ ଦାନ୍ତରେ କାମୁଡି ରଖି ବାରମ୍ବାର ତଳେ ପିଟୁଥିବା ଦେଖାଯାଇଛି । ତେବେ ଆକ୍ରମଣ ସତ୍ତ୍ବେ ମଧ୍ୟ ଅଜଗର ହାର୍ ମାନି ନାହିଁ । ସେ ଧିରେ ଧିରେ ନିଜ ଦାନ୍ତ ସାହାଯ୍ୟରେ କୁମ୍ଭୀରକୁ କାମୁଡିବାକୁ ଚେଷ୍ଟା କରୁଛି । ଏହି ଭିଡିଓକୁ 17.8 ମିଲିୟନ ଲୋକ ଦେଖିସାରିଛନ୍ତି । ଏହି ଭିଡିଓ ଦେଖିବା ପରେ ୟୁଜର୍ସଙ୍କ ଅଲଗା ଅଲଗା ପ୍ରତିକ୍ରିୟା ସାମ୍ନାକୁ ଆସୁଛି । ଜଣେ ୟୁଜର୍ସ ଲେଖିଛନ୍ତି, ଦୁଇ ଜଣଙ୍କ ମଧ୍ୟରୁ କେବଳ ଜଣଙ୍କର ଜୀବନ ବଞ୍ଚିବ । ଅନ୍ୟଜଣେ ୟୁଜର୍ସ ଲେଖିଛନ୍ତି, ମହାଭାରତ ଶେଷ ହେଲା ବେଳକୁ କେହି ବଞ୍ଚିବେନି ।

Get real time updates directly on you device, subscribe now.