ଭିତରକନିକାରେ ବଢ଼ିଲା କୁମ୍ଭୀର ସଂଖ୍ୟା, ୧୫ଟି ନୂଆ ବଉଳା କୁମ୍ଭୀର ଚିହ୍ନଟ
ଗତବର୍ଷ ତୁଳନାରେ ୧୫ଟି ଅଧିକ ବଉଳା କୁମ୍ଭୀର ଚିହ୍ନଟ। ପୂର୍ବବର୍ଷ ଭିତରକନିକାରେ ୧୮୧୧ଟି କୁମ୍ଭୀର ଚିହ୍ନଟ ହୋଇଥିଲା। ଏବେ ସେହି ସଂଖ୍ୟା ବୃଦ୍ଧି ପାଇ ୧୮୨୬ରେ ପହଞ୍ଚିଛି।
କେନ୍ଦ୍ରାପଡ଼ା: ଭିତର କନିକାରେ ବଢ଼ିଲା କୁମ୍ଭୀର ସଂଖ୍ୟା। ଚଳିତ ବର୍ଷ ଗଣନାରେ ୧୮୨୬ଟି ବଉଳା କୁମ୍ଭୀର ଚିହ୍ନଟ ହୋଇଛନ୍ତି।
ଗତବର୍ଷ ତୁଳନାରେ ୧୫ଟି ଅଧିକ କୁମ୍ଭୀର ମିଳିଥିବା ସୂଚନା ମିଳିଛି। ଗତବର୍ଷ ୧୮୧୧ଟି ବଉଳା କୁମ୍ଭୀର ଚିହ୍ନଟ ହୋଇଥିବା ବେଳେ। ଚଳିତ ବର୍ଷ ୧୮୨୬ଟି ବଉଳା କୁମ୍ଭୀର ଚିହ୍ନଟ ହୋଇଛନ୍ତି।
ବନ୍ଦଥିଲା ଭିତର କନିକା: କେନ୍ଦ୍ରାପଡ଼ାର ଭିତରକନିକାରେ ଚାଲିଥିଲା କୁମ୍ଭୀର ଗଣନା। ପ୍ରତିବର୍ଷ ଭିତରକନିକାରେ କୁମ୍ଭୀର ଗଣନା କାର୍ଯ୍ୟ ହୋଇଥାଏ।
ଚଳିତ ବର୍ଷ ମଧ୍ୟ କୁମ୍ଭୀର ଗଣନା କାର୍ଯ୍ୟ ଚାଲୁ ରହିଥିଲା। ସେଥିପାଇଁ ଜାତୀୟ ଉଦ୍ୟାନ ବନ୍ଦ କରାଯାଇଥିଲା। ସାଧାରଣ ଲୋକଙ୍କୁ ଏହି ସମୟରେ ଉଦ୍ୟାନ ଭିତରକୁ ପ୍ରବେଶ ମନାଥିଲା।
କୁମ୍ଭୀର ଚିହ୍ନଟ: ଆଉ ଏବେ ସେହି ଗଣନା ସମ୍ପୂର୍ଣ୍ଣ ହୋଇଛି। ଗତବର୍ଷ ତୁଳନାରେ ୧୫ଟି ଅଧିକ ବଉଳା କୁମ୍ଭୀର ଚିହ୍ନଟ କରାଯାଇଛି।
ପୂର୍ବ ବର୍ଷ ଭିତରକନିକାରେ ୧୮୧୧ଟି କୁମ୍ଭୀର ଥିବାବେଳେ, ଚଳିତ ବର୍ଷ ଗଣନାରୁ ଜଣାପଡ଼ିଛି କି ଉଦ୍ୟାନରେ ୧୮୨୬ଟି ବଉଳା କୁମ୍ଭୀର ଅଛନ୍ତି।