fbpx

Video; କଙ୍କକ୍ରିଟ୍ ଫ୍ଲୋର୍ ଭଙ୍ଗାହେବା ବେଳେ ବାହାରିଲେ ୨ଟି ଜୀବନ୍ତ କୁମ୍ଭୀର, ଭୟରେ ଛାଡ଼ି ପଳାଇଲେ ଲୋକ

Advertisement

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଆପଣ ଅନେକ ସମୟରେ ଏମିତି ଭିଡିଓ ଦେଖିଥିବେ ଯେଉଁଥିରେ କେଉଁଠି ନା କେଉଁଠି ଖୋଳିଲା ବେଳେ ଭିତରୁ କିଛି ମୂଲ୍ୟବାନ ବସ୍ତୁ ବାହାରିଥାଏ। ହେଲେ ଖୋଳିଲା ବେଳେ କେବେ ଦେଖିଛନ୍ତି କି କୌଣସି ଜୀବଜନ୍ତୁ ବାହାରିବାର? ଏଭଳି ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଗୋଟିଏ ସ୍ଥାନରେ ଖୋଳା ହେବା ସମୟରେ ଦୁଇଟି କୁମ୍ଭୀର ବାହାରିଛି। ଜୀବନ୍ତ କୁମ୍ଭୀରଙ୍କୁ ଦେଖି ଲୋକେ ଭୟରେ ଦୌଡ଼ି ପଳାଇ ଗଲେ। @crazyclipsonly ନାମକ ଟ୍ୱିଟର ଆକାଉଣ୍ଟରେ ଏହି ଭିଡିଓକୁ ପୋଷ୍ଟ କରାଯାଇଛି।

ଭିଡିଓରେ କଙ୍କ୍ରିଟର ଏକ ଫ୍ଲୋର୍ ଭାଙ୍ଗିବା ମାତ୍ରେ ଭିତରୁ କୁମ୍ଭୀରର ମୁହଁ ଦେଖିବାକୁ ମିଳୁଛି। କିଛି ଲୋକ ହାତୁଡ଼ି ଓ ବାଡ଼ି ଧରି ଖୋଳୁଛନ୍ତି। ଏଥିସହ ଲୋକଙ୍କ ହାତରେ ଦଉଡ଼ି ବି ରହିଛି। ସେଠାରେ ଏକ କୁମ୍ଭୀର ଅଛି ବୋଲି ସେମାନଙ୍କର ଧାରଣା ଥିବା ଜଣାପଡିଛି। ତଳେ ପୋତି ହୋଇଥିଲେ ମଧ୍ୟ ଦୁିଟି ଯାକ କୁମ୍ଭୀର ଜୀବିତ ଅଛନ୍ତି। ତେବେ ପ୍ରଶ୍ନ ଉଠୁଛି, ସେ ସେଠାରେ କେମିତି ପହଞ୍ଚିଲେ? ଜଣେ ବ୍ୟକ୍ତି କୁମ୍ଭୀରର ପାଟିକୁ ହାତୁଡ଼ିରେ ଚାପ ପକାଉଥିବା ଦେଖିବାକୁ ମିଳିଛି। ଅନ୍ୟ ଜଣକ ତାଙ୍କ ପାଟିରେ ଦଉଡ଼ି ବାନ୍ଧିବାକୁ ଚେଷ୍ଟା କରୁଛନ୍ତି।

ଯାହାଦ୍ୱାରା ତାଙ୍କୁ ବାହାର କରାଯାଇପାରିବ । ହାତୁଡ଼ି ଧରିଥିବା ବ୍ୟକ୍ତି ମଧ୍ୟ ପଛରେ କଙ୍କ୍ରିଟ ଭାଙ୍ଗି ଦେଉଛନ୍ତି, ଯାହାଦ୍ୱାରା କୁମ୍ଭୀରକୁ ସହଜରେ ବାହାର କରାଯାଇପାରିବ। କୁମ୍ଭୀରକୁ ବାହାର କରିବା ମାତ୍ରେ ଏହା ରାଗରେ ଚାରିଆଡ଼େ ବୁଲିବା ଆରମ୍ଭ କରି ଦଉଡ଼ିରୁ ଖସି ପଳାଉଛି। କିନ୍ତୁ ସବୁଠାରୁ ଭୟଙ୍କର କଥା ହେଉଛି, ପରବର୍ତ୍ତୀ ମୁହୂର୍ତ୍ତରେ ଆଉ ଏକ କୁମ୍ଭୀର ଭିତରୁ ବାହାରି ଭିଡିଓ ପ୍ରସ୍ତୁତ କରୁଥିବା ଲୋକଙ୍କ ଆଡ଼କୁ ଗୋଡାଇଯାଉଛି। ସତରେ ଏହି ଦୃଶ୍ୟ ଆଶ୍ଚର୍ଯ୍ୟଜନକ !

Get real time updates directly on you device, subscribe now.