fbpx
BSKY
BJD MC SKY
BJD YOUTH SKY

ରାଷ୍ଟ୍ରପତି ନିର୍ବାଚନରେ ଖୁଲମ୍ ଖୁଲା କ୍ରସ୍ ଭୋଟିଂ, କଂଗ୍ରେସରେ ସୃଷ୍ଟି ହେଲା କମ୍ପନ

ଭୁବନେଶ୍ୱର: ଦେଶର ୧୫ ତମ ରାଷ୍ଟ୍ରପତି ଚୟନ ପାଇଁ ମତଦାନ ଚାଲିଛି। ରାଷ୍ଟ୍ରପତି ନିର୍ବାଚନରେ ଉତ୍ତରପ୍ରଦେଶ, ଓଡ଼ିଶାଠୁ ଆରମ୍ଭ କରି ଅନେକ ରାଜ୍ୟରେ କ୍ରସ୍ ଭୋଟିଂ ହୋଇଥିବା ଜଣାପଡ଼ିଛି। ଓଡ଼ିଶାର କଂଗ୍ରେସ ବିଧାୟକ ମହମ୍ମଦ ମିକିମ ପାର୍ଟି ନିଷ୍ପତ୍ତି ବିରୁଦ୍ଧରେ ଯାଇ ଦ୍ରୌପଦି ମୁର୍ମୁଙ୍କୁ କ୍ରସ୍ ଭୋଟିଂ କରିଛନ୍ତି। ସେହିପରି ୟୁପିର ବରେଲିର ସମାଜବାଦୀ ପାର୍ଟି ବିଧାୟକ ଶହଜୀଲ ଦ୍ରୌପଦିଙ୍କୁ ଭୋଟ୍ କରିଛନ୍ତି। ଶହଜିଲ ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥଙ୍କ ବିରୋଧରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଅସିଥିଲେ। ଏହା ପରେ ତାଙ୍କ ସମ୍ପତ୍ତି ଉପରେ ବୁଲଡୋଜର ଚଢ଼ାଇ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା।

ସେହିପରି ଗୁଜରାଟରେ ଏନସିପି, ଆସାମରେ କଂଗ୍ରେସ ବିଧାୟକ କ୍ରସ୍ ଭୋଟିଂ କରିଛନ୍ତି। ଆସାମରେ ୨୦ରୁ ଅଧିକ କଂଗ୍ରେସ ବିଧାୟକ କ୍ରସ୍ ଭୋଟିଂ କରିଥିବା ଏଆଇୟୁଡିଏଫ୍ ବିଧାୟକ ଦାବି କରିଛନ୍ତି। ଦ୍ରୌପଦିଙ୍କୁ କ୍ରସ୍ ଭୋଟିଂ କରିବା ପରେ ଆଜି ଓଡ଼ିଶା କଂଗ୍ରେସରେ କମ୍ପନ ସୃଷ୍ଟି ହୋଇଛି। ଦଳ ବିରୋଧୀ କାର୍ଯ୍ୟ କରିଥିବାରୁ ତାଙ୍କ ବିରୁଦ୍ଧରେ ହାଇକମାଣ୍ଡଙ୍କ ନିକଟରେ ଫେରାଦ ହୋଇଛନ୍ତି ବିଧାୟକ ଦଳର ନେତା ନରସିଂହ ମିଶ୍ର। ତେବେ ଦ୍ରୌପଦିଙ୍କୁ ଭୋଟ୍ ଦେବା ପରେ ମହମ୍ମଦ ମୋକିମ କହିଛନ୍ତି ମୁଁ ମୋର ଅନ୍ତରଆତ୍ମାର କଥା ଶୁଣିଛି। ଯାହା ମୋତେ ମୋ ମାଟି ପାଇଁ କିଛି କରିବାକୁ କହିଥିଲା । ଏହି କାରଣରୁ ସେ ଦ୍ରୌପଦିଙ୍କୁ ଭୋଟ୍ ଦେଇଥିବା କହିଥିଲେ।

ଏହା ମଧ୍ୟରେ ଖବର ଆସିଛି ଯେ, ପଞ୍ଜାବରେ ଶିରୋମଣୀ ଅକାଳି ଦଳରେ ବିଦ୍ରୋହ ସୃଷ୍ଟି ହୋଇଯାଇଛି। ପାର୍ଟି ହାଇକମାଣ୍ଡଙ୍କ ଉପରେ ଗମ୍ଭିର ଅଭିଯୋଗ ଲଗାଇ ଦଳର ବିଧାୟକ ରାଷ୍ଟ୍ରପତି ନିର୍ବାଚନକୁ ବର୍ଜନ କରିଛନ୍ତି। ପଞ୍ଜାବରେ ଗଠବନ୍ଧନ ଭାଙ୍ଗିବା ପରେ ମଧ୍ୟ ଦଳ ରାଷ୍ଟ୍ରପତି ନିର୍ବାଚନରେ ବିଜେପି ସମର୍ଥିତ ପ୍ରାର୍ଥୀଙ୍କୁ ସମର୍ଥନ କରୁଥିବାରୁ ବିଧାୟକମାନେ ଏହି ନିଷ୍ପତ୍ତି ନେଇଛନ୍ତି।

ତେବେ ଆଜିର ନିର୍ବାଚନରେ ମୋଟ ୪୮୦୦ ନିର୍ବାଚିତ ସାଂସଦ ଏବଂ ବିଧାୟକ ଅଂଶଗ୍ରହଣ କରୁଛନ୍ତି। ନିର୍ବାଚନରେ ​​ଏନଡିଏ ପ୍ରାର୍ଥୀ ଦ୍ରୌପଦି ମୁର୍ମୁଙ୍କ ବିଜୟ ତଥା ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ପ୍ରଥମ ଥର ପାଇଁ ଜଣେ ଆଦିବାସୀ ମହିଳାଙ୍କ ମୁକୁଟ ପିନ୍ଧିବା ନିଶ୍ଚିତ। ୨୭ ଟି ଦଳର ସମର୍ଥନ ସହିତ ଦ୍ରୌପଦି ମୁର୍ମୁଙ୍କ ଉପରେ ଅଧିକ ହାତ ଅଛି। ଏଥି ସହିତ, କେବଳ ୧୪ ଟି ଦଳର ସମର୍ଥନରେ ସିହ୍ନାଙ୍କୁ ପ୍ରାୟ ୩.୬୨ ଲକ୍ଷ ଭୋଟ୍ ମିଳିବ ବୋଲି ଆଶା କରାଯାଉଛି।

 

Get real time updates directly on you device, subscribe now.