fbpx

ତୁଚ୍ଛ ପାଲଟିଲା ସଂପର୍କ! ଶ୍ୱଶୁର ଓ ଶଳାକୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ କଲା ଜ୍ୱାଇଁ

ସମ୍ବଲପୁର: ପରିବାର ମଧ୍ୟରେ କୌଣସି କଥାକୁ ନେଇ ହୁଏତ ମତଭେଦ ଦେଖାଦେଇପାରେ । ଯାହାକୁ କଥାବାର୍ତ୍ତା ମାଧ୍ୟମରେ ପୁଣି ଥରେ ସଜାଡ଼ି ହୁଏ । କିନ୍ତୁ କ’ଣ ପାରିବାରିକ ବିବାଦକୁ ନେଇ କେହି ନିଜ ଲୋକଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କରିବାକୁ ଉଦ୍ୟମ କରିପାରିବ? ଆଜ୍ଞା ହଁ ଏଭଳି ଏକ ଘଟଣା ଘଟିଛି ସମ୍ବଲପୁରରେ  । ଯେଉଁଠାରେ ଘରର ଜ୍ୱାଇଁ ଶ୍ୱଶୁର ଏବଂ ଶଳାଙ୍କୁ ଗାଡ଼ି ଚଢ଼ାଇ ମାରିବାକୁ ଉଦ୍ୟମ କରିଛନ୍ତି ।

ନିଜ ଶ୍ୱଶୁ ଓ ଶଳାଙ୍କ ଉପରେ ଗାଡ଼ି ଚଢ଼ାଇ ଜୀବନରୁ ମାରିଦେବାକୁ ଉଦ୍ୟମ କଲା ଜ୍ୱାଇଁ । ପାରିବାରିକ କଳହ ଏଭଳି ଭୟଙ୍କର ରୂପ ନେବ ତାହା ହୁଏତ କେହି ଭାବିନଥିବେ । କୋର୍ଟ ବାହାରେ ନିଜ ଶ୍ୱଶୁର ଏବଂ ଶଳାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଛନ୍ତି ଜ୍ୱାଇଁ । ଯାହାର ପୂରା ଚିତ୍ର ଏବେ ସିସିଟିଭିରେ ମଧ୍ୟ କଏଦ ହୋଇଛି । ଆଉ ଏହି ଘଟଣା ଏବେ ସମ୍ବଲପୁର ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି ।

ସୂଚନା ଅନୂଯାୟୀ, ଜ୍ୱାଇଁ ପଞ୍ଚାନନ (ପେଷାରେ ଜଣେ ଓକିଲ) ଆଜି କୋର୍ଟକୁ ସେମାନଙ୍କ ମଧ୍ୟରେ ଥିବା ବିବାଦକୁ ବୁଝାମଣା ପାଇଁ ଆସିଥିବାବେଳେ କଚେରୀ ଛକ ନିକଟରେ ନିଜ ଶ୍ୱଶୁରଙ୍କୁ ପ୍ରଥମେ ଗାଡ଼ି ଚଢ଼ାଇବାକୁ ଉଦ୍ୟମ କରିଥିଲେ । ପରେ ନିଜ ଶଳାଙ୍କୁ ମଧ୍ୟ ଗାଡ଼ି ଚଢ଼ାଇଥିଲେ । ଏଭଳି ଭାବରେ ଶାଳକଙ୍କ ଉପରକୁ ଚଢ଼ାଇଥିଲେ ଯେ ସିଧା ଏସପିଙ୍କ ଅଫିସ୍ ପାଚେରୀ ଭାଙ୍ଗିଯାଇଥିଲା । ଏଥିରେ ତାଙ୍କ ଶଳାଙ୍କର ଗୋଡ଼ ଭାଙ୍ଗିବା ସହ ସେ ଗୁରୁତର ଆହତ ହୋଇଥିଲେ ଏବଂ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ।

ଅନ୍ୟପକ୍ଷରେ ସ୍ଥାନୀୟ ଲୋକେ ଏହି ଘଟଣା ପଞ୍ଜାନନ ଦାସଙ୍କୁ ମାଡ ମାରିବା ସହ ପୋଲିସକୁ ଜିମା ଦେଇଛନ୍ତି । ତେଵେ ନିଜର ପାରିବାରିକ ବିବାଦ ପାଇଁ ନିଜ ଶ୍ୱଶୁର ଓ ଶଳାଙ୍କୁ ମାରିଦେବା ପରି ଘଟଣା କରିଥିବା ଓକିଲଙ୍କ ଏପରି କାଯ୍ୟକୁ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ନିନ୍ଦାକରିବା ସହ ଆଇନ ଅନୁସାରେ ପୋଲିସ ଉଚ୍ଚିତ ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି ।

Get real time updates directly on you device, subscribe now.