fbpx
BSKY
BJD MC SKY
BJD YOUTH SKY

Jio ଆଣିଛି ଖାସ୍ ଅଫର୍, ଏକ ବର୍ଷ ଯାଏଁ ମିଳିବ ମାଗଣା 100 GB ଡାଟା !

ନୂଆଦିଲ୍ଲୀ: Jio ନିଜର ଗ୍ରାହକଙ୍କ ପାଇଁ ଏକ ବଢ଼ିଆ ଫ୍ରି ଆଣିଛି । କମ୍ପାନୀ ଅନେକ ସମୟରେ ଅନେକ ଅଫର ଦେଇଥାନ୍ତି । ଏବେ କମ୍ପାନୀ ୟୁଜର୍ସଙ୍କୁ ୧୦୦ ଜିବି ଡାଟା ମାଗଣା ଦେଉଛି । ଅବଶ୍ୟ, ଏହି ମାଗଣା ଡାଟା ସମସ୍ତଙ୍କ ପାଇଁ ନୁହେଁ, ବରଂ କେବଳ କିଛି ନିର୍ଦ୍ଦିଷ୍ଟ ଗ୍ରାହକଙ୍କୁ ମିଳିବ ।

ଯେଉଁ ଅଫରରେ ଏହି ମାଗଣା ୧୦୦ ଜିବି ଡାଟା ମିଳିବ ତାହା ହେଉଛି Jio HP Smart Sim ଲାପଟପ୍ ଅଫର୍ । HP Smart Sim ଲାପଟପ୍ ପ୍ରଥମ LTE ଲାପଟପ୍ ହେବାକୁ ଯାଉଛି, ଯାହା ୟୁଜର୍ସଙ୍କୁ ୧୦୦ ଜିବି ଡାଟା ଅଫର କରୁଛି । ସ୍ୱଷ୍ଟ ଭାବରେ କହିଲେ ୟୁଜର୍ସଙ୍କୁ HP Smart Sim LTE ଲାପଟପ୍ କିଣିବା ଦ୍ୱାରା ୧୦୦ ଜିବି ଡାଟା ଫ୍ରି ମିଳିବ । ତେବେ ଆସନ୍ତୁ ଜାଣିବା ଏହି ଅଫର ବିଷୟରେ ।

ଏହି ଅଫର ସେହି ଗ୍ରାହକଙ୍କ ପାଇଁ ଯେଉଁମାନେ HP ଲାପଟପ କିଣୁଛନ୍ତି । କିନ୍ତୁ ଏହା ସବୁ HP ଗ୍ରାହକଙ୍କ ପାଇଁ ନୁହେଁ । ବରଂ କିଛି ନିର୍ଦ୍ଦିଷ୍ଟ ମଡେଲରେ ମିଳିବ । ୧୦୦ ଜିବି ଡାଟା ୩୬୫ ଦିନ ପାଇଁ ମିଳିବ, ଯାହାର  ଦାମ ୧୫୦୦ ଟଙ୍କା ରହିଛି । ଏହି ଅଫର HP-14ef1003tu ଏବଂ HP 14ef1002tu ମଡେଲରେ ମିଳିବ ।

ଏହାକୁ ଆପଣ ରିଲାଏନ୍ସ ଷ୍ଟୋର, reliancedigital.in କିମ୍ବା Jiomart ରୁ କିଣିବାକୁ ହେବ । ଲାପଟପ୍ କିଣିବା ପରେ ଆପଣଙ୍କୁ ବିନା କୌଣସି ଅତିରିକ୍ତ ଚାର୍ଜରେ ଜିଓ ସିମ୍ ମିଳିପାରିବ । ଏହି ସିମ୍ କାର୍ଡ ସହ ଆପଣଙ୍କୁ ୧୦୦ ଜିବି ଡାଟା ୩୬୫ ଦିନର ଭାଲିଡିଟି ପାଇଁ ମିଳିବ । ଡାଟା ଲିମିଟ୍ ଶେଷ ହେବା ପରେ ୟୁଜର୍ସଙ୍କୁ ୬୪ କେବିପିଏସ ସ୍ପିଡରେ ଡାଟା ମିଳିବ ।

କିନ୍ତୁ ଯଦି ଆପଣreliancedigital.in କିମ୍ବା Jiomart ରୁ ଲାପଟପ୍ ଅର୍ଡର କରୁଛନ୍ତି ତେବେ ଆପଣଙ୍କୁ ଲାପଟପ୍ ଡେଲିଭରି ହେବା ପରେ ୭ ଦିନ ମଧ୍ୟରେ ଜିଓ ସିମ୍ ପାଇଁ ନିକଟସ୍ଥ ରିଲାଏନ୍ସ ଷ୍ଟୋରକୁ ଯାଇ ବିଲ୍ ର କପି ଦେଖାଇ ସିମ୍ ନେବାର ଅଛି ଏବଂ କନ୍ଜ୍ୟୁମର ଏକ୍ସିକ୍ୟୁଟିଭଙ୍କ ଠାରୁ ଏଫଆରସି ୫୦୫ ଆକ୍ଟିଭ କରାଇବାକୁ ହେବ ।

Get real time updates directly on you device, subscribe now.