fbpx

ନକ୍ସଲଙ୍କ ପ୍ଲାନକୁ ଫେଲ୍ କରିଦେଲେ ସିଆରପିଏଫ୍ ଯବାନ

ମାଲକାନଗିରି,୧୫ ।୯(ଓଡିଶା ଭାସ୍କର): ମାଲକାନଗିରି ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲା କୋଣ୍ଟା ଥାନା ଅନ୍ତର୍ଗତ ମୁରଲିଗୁଡା ପ୍ରାଥମିକ ବିଦ୍ୟାଳୟ ନିକଟରେ ନକ୍ସଲ ମାନେ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ଲଗାଇ ଥିବା ଲେଣ୍ଡମାଇନକୁ ଆଜି ସିଆରପିଏଫ ଯବାନ ମାନେ ଉଦ୍ଧାର କରିଛନ୍ତି । ୨୧୭ ସିଆରପିଏଫ ବାଟାଲିଆନର ଯବାନମାନେ ଆଜି ଅପରେସନ ପାଇଁ ଯାଇଥିବା ବେଳେ ରାସ୍ତାରେ ଏକ ତାର ଦେଖିବାକୁ ପାଇଥିଲେ । ପରେ ମେଟାଲ ଡିଟେକ୍ଟର ଦ୍ୱାରା ସର୍ଚ୍ଚ କରିବାରୁ ସେଠାରୁ ଲେଣ୍ଡମାଇନଟିକୁ ଠାବ କରିଥିଲେ । ପାଞ୍ଚ କେଜି ଓଜନର ଏହି ଲେଣ୍ଡମାଇନକୁ ସିଆରପିଏଫ ଜବାନ ମାନେ ପରେ ନିଷ୍କ୍ରିୟ କରିଛନ୍ତି । ଯଦି ଏହା ସୁରକ୍ଷାକର୍ମୀଙ୍କ ଉପରେ ବିସ୍ଫୋରଣ ହୋଇଥାଆନ୍ତା ତାହା ହେଲେ ଭାରି କ୍ଷତି ହୋଇଥାନ୍ତା ।

Get real time updates directly on you device, subscribe now.