fbpx

୧୦ମ ପାସଙ୍କ ପାଇଁ ସରକାରୀ ଚାକିରି ସୁଯୋଗ: ମିଳିବ ଭଲ ଦରମା, ଜାଣନ୍ତୁ ଡିଟେଲ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ ଅନୁସନ୍ଧାନ ସଂସ୍ଥାନ, ପିଲାନୀରେ ଟେକ୍ନିସିଆନ ଏବଂ ଆସିଷ୍ଟାଣ୍ଟ ଟେକ୍ନିସିଆନ ପଦରେ ଆବେଦନ ପ୍ରକ୍ରିୟା ଜାରି ରହିଛି । ଏହି ପଦରେ ଆବେଦନ କରିବା ପାଇଁ ଅଫିସିଆଲ ୱେବସାଇଟ ମକ୍ହହତପ÷ହତଳଜ  ଦ୍ୱାରା ୧ ମାର୍ଚ୍ଚ ୨୦୨୨ ସୁଦ୍ଧା ଆବେଦନ କରିପାରିବେ । ସମୁଦାୟ ୩୫ ପଦବୀ ପାଇଁ ଆବେଦନ କରାଯାଉଥିବାବେଳେ ମାର୍ଚ୍ଚ ୧ ତାରିଖ ଆବେଦନର ଶେଷ ତାରିଖ ରହିଛି । ତେବେ ଆବେଦନ କରିବା ପୂର୍ବରୁ ଅଫିସିଆଲ ନୋଟିଫିକେସନ ପଢ଼ିନେବାକୁ ପରାମର୍ଶ ।

ଏହି ସବୁ ପଦବୀରେ ରହିଛି ଖାଲି ପଦବୀ:

ଟେକ୍ନିସିଆନ-୨୪

ଟେକ୍ନିସିଆନ ଆସିଷ୍ଟାଣ୍ଟ-୧୧

ଏହି ପଦରେ ଆବେଦନ କରିବା ପାଇଁ ଆଶାୟୀଙ୍କୁ କୌଣସି ମାନ୍ୟତା ପ୍ରାପ୍ତ ବୋର୍ଡରୁ ୧୦ମ ପାସ୍ ହୋଇଥିବା ଆବଶ୍ୟକ । ଏହା ସହ ଆଶାୟୀଙ୍କ ଆଇଟିଆଇରେ ମଧ୍ୟ ଡିଗ୍ରୀ ହୋଇଥିବା ଆବଶ୍ୟକ । ଆବେଦନ କରିବା ପାଇଁ ଆଶାୟୀଙ୍କ ବୟସ ୧ ମାର୍ଚ୍ଚ ୨୦୨୨ ସୁଦ୍ଧା ୨୮ ବର୍ଷ ରୁ ଅଧିକ ହୋଇନଥିବା ଆବଶ୍ୟକ ।

ତେବେ ଆଶାୟୀଙ୍କ ଚୟନ ଲିଖିତ ପରୀକ୍ଷା ଦ୍ୱାରା କରାଯିବ । ଟେକ୍ନିସିଆନ ପଦରେ ହାରାହାରି ଦରମା ୨୭,୨୪୮ ଟଙ୍କା ରହିଥିବାବେଳେ ସର୍ବାଧିକ ୬୩୨୦୦ ଟଙ୍କା ପର୍ଯ୍ୟନ୍ତ ଦରମା ରହିଛି । ସେହିଭଳି ଟେକ୍ନସିଆନ ସହାୟକ ପଦରେ ହାରାହାରି ୪୮,୭୩୨ ଟଙ୍କା ଦରମା ଦିଆଯିବ ଏବଂ ଏହି ପଦରେ ସର୍ବାଧିକ ୧,୧୨,୪୦୦ ଟଙ୍କା ଦରମା ରହିଛି ।

ପଢ଼ନ୍ତୁ ଅଫିସିଆଲ ନୋଟିଫିକେସନ: https://www.ceeri.res.in/wp-content/uploads/2022/01/advt-01-2022-hindi.pdf

Get real time updates directly on you device, subscribe now.