fbpx

IPL-14ର ଦ୍ୱିତୀୟ ଭାଗ : ଦୁବାଇରେ ଚେନ୍ନାଇ ସୁପର କିଙ୍ଗସ୍‌ ଓ ମୁମ୍ବାଇ ଇଣ୍ଡିଆନ ଟିମ୍, ଖୁବ୍‌ଶୀଘ୍ର ଆରମ୍ଭ କରିବେ ଅଭ୍ୟାସ

AAKASH

ମୁମ୍ବାଇ (ଭାସ୍କର ନ୍ୟୁଜ୍) :ଆସନ୍ତା ସେପ୍ଟେମ୍ବର ୧୯ ତାରିଖରୁ ୟୁନାଇଟେଡ ଆରବ ଏମିରେଟ୍ସରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଦ୍ୱିତୀୟ ଭାଗ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଶୁକ୍ରବାର ଦିନ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସ ଫ୍ରାଞ୍ଚାଇଜର ଭାରତୀୟ ଖେଳାଳି ମାନେ ଦୁବାଇରେ ପହଞ୍ଚିଛନ୍ତି । ଆଇପିଏଲ ଆରମ୍ଭ ହେବା ପାଇଁ ଆହୁରି ଏକମାସରୁ ଅଧିକ ସମୟ ବାକି ଥିଲେ ହେଁ ଆଗୁଆ ଅଭ୍ୟାସ ଓ ପ୍ରସ୍ତୁତି ଲକ୍ଷ୍ୟ ନେଇ ଉଭୟ ଫ୍ରାଞ୍ଚାଇଜର ଖେଳାଳି ଦୁବାଇ ଯାତ୍ରା କରିଛନ୍ତି ।

ସୂଚନା ଯୋଗ୍ୟ ଯେ ଚଳିତ ବର୍ଷ ଆଇପିଏଲର ୧୪ତମ ସଂସ୍କରଣ ଭାରତରେ ଅନୁଷ୍ଠିତ ହୋଇଥିଲା । ମାତ୍ର ୨୯ ମ୍ୟାଚ ସମାପ୍ତ ପରେ ଏକାଧିକ ଫ୍ରାଞ୍ଚାଇଜର କେତେକ ଖେଳାଳି ହଠାତ କରୋନାରେ ଆକ୍ରାନ୍ତ ହେବା ଯୋଗୁ ଗତ ମାର୍ଚ୍ଚ ମାସରେ ଏହା ସ୍ଥଗିତ ରଖା ଯାଇଥିଲା । ଭାରତରେ କରୋନା ପ୍ରକୋପ ବର୍ତ୍ତମାନ ସୁଦ୍ଧା ନିୟନ୍ତ୍ରଣକୁ ଆସି ନ ଥିବା ବେଳେ ଆଇପିଏଲର ଅବଶିଷ୍ଟ ମ୍ୟାଚ ୟୁନାଇଟେଡ ଆରବ ଏମିରେଟ୍ସରେ ଆୟୋଜନ କରିବାକୁ ବିସିସିଆଇ ନିଷ୍ପତ୍ତି ନେଇଥିଲା । ଆଇପିଏଲର ଦ୍ୱିତୀୟ ଭାଗରେ ଆଉ ୩୧ ମ୍ୟାଚ ଅନୁଷ୍ଠିତ ହେବ । ସେପ୍ଟେମ୍ବର ୧୯ ତାରିଖ ଦିନ ଆଇପିଏଲ ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଅନୁଷ୍ଠିତ ହେବ ।

ସେହିପରି ଅକ୍ଟୋବର ୮ ତାରିଖ ଦିନ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଆଇପିଏଲର ଶେଷ ଲିଗ୍ ମ୍ୟାଚ ଅନୁଷ୍ଠିତ ହେବା ପରେ ଅନ୍ତିମ ପର୍ଯ୍ୟାୟ ମୁକାବିଲା ଓ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଆଇପିଏଲ ଶେଷ ହେବା ପରେ ଅନୁଷ୍ଠିତ ହେବ ଟି-୨୦ ବିଶ୍ୱକପ ।

Get real time updates directly on you device, subscribe now.