fbpx
BJD SKY
BJD SKY

‘ସ୍ତ୍ରୀ ସହ ବଳପୂର୍ବକ ଯୌନ ସମ୍ପର୍କ ଅପରାଧ ନୁହେଁ’: ମୁମ୍ବାଇ ହାଇକୋର୍ଟ

BJD

ମୁମ୍ବାଇ: ସ୍ତ୍ରୀ ସହ ବଳପୂର୍ବକ ଯୌନ ସମ୍ପର୍କକୁ ନେଇ ଭିନ୍ନ ରାୟ ଦେଇଛନ୍ତି ମୁମ୍ବାଇର ସେସନ କୋର୍ଟ । ସ୍ତ୍ରୀ ସହ ଜବରଦସ୍ତି ଯୌନ ସମ୍ପର୍କ ଅବୈଧ ନୁହେଁ ବୋଲି କୋର୍ଟ ଶୁଣାଣି କରିଛନ୍ତି । ଏହାସହିତ ଅଭିଯୁକ୍ତ ସ୍ୱାମୀକୁ ଜାମିନ ପ୍ରଦାନ କରିଛନ୍ତି ।

ମୁମ୍ବାଇର ସେସନ କୋର୍ଟରେ ଅଭିଯୁକ୍ତ ସ୍ୱାମୀ ଦାଖଲ କରିଥିବା ଯାଚିକାରେ କୁହାଯାଇଥିଲା, ତା’ର ସ୍ତ୍ରୀ ଯେଉଁ ଜବରଦସ୍ତି ଯୌନ ସମ୍ପର୍କର ଅଭିଯୋଗ ଆଣିଛି, ତାହା ସମ୍ପୂର୍ଣ୍ଣ ମିଥ୍ୟା । ଏହାସହ ଏହି ଯାଚିକାରେ ସେ ଜାମିନ ଆବେଦନ ମଧ୍ୟ କରିଥିଲେ । ଅତିରିକ୍ତ ସେସନ ଜଜ ସଞ୍ଜୟଶ୍ରୀ ଜେ ଘରାତ ଏହି ମାମଲାରେ କହିଛନ୍ତି ଯେ ଅଭିଯୁକ୍ତ ଜଣକ ହେଉଛନ୍ତି ମହିଳାଙ୍କ ସ୍ୱାମୀ, ତେଣୁ ସେ କୌଣସି ବେଆଇନ କାର୍ଯ୍ୟ କରିଛନ୍ତି ବୋଲି କୁହାଯାଇପାରିବ ନାହିଁ । ଏହା ସହିତ କୋର୍ଟ ଏହି ମାମଲାରେ ମହିଳାଙ୍କ ସ୍ୱାମୀଙ୍କୁ ଜାମିନ ମଧ୍ୟ ଦେଇଛନ୍ତି ।

ମହିଳାଙ୍କ ବିବାହ ଗତ ବର୍ଷ ନଭେମ୍ବର ୨୨ରେ ହୋଇଥିଲା । ମହିଳା ଜଣକ ବିବାହ ପରଠାରୁ ତାଙ୍କ ସ୍ୱାମୀ ଏବଂ ଶାଶୁ ତାଙ୍କୁ ହଇରାଣ କରୁଥିବା ଏବଂ ଯୌତୁକ ଦାବି କରୁଥିବା ଅଭିଯୋଗ କରି ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ଏହା ସହିତ ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ବିରୋଧରେ ବଳପୂର୍ବକ ଯୌନ ଶୋଷଣର ଅଭିଯୋଗ ମଧ୍ୟ କରିଥିଲେ । ଏହା ପରେ ଅଭିଯୁକ୍ତ ସ୍ୱାମୀ ଜାମିନ ପାଇଁ କୋର୍ଟରେ କରିଥିଲେ ଆବେଦନ ।

ମହିଳା ଅଭିଯୋଗ କରିଛନ୍ତି ତାଙ୍କ ସ୍ୱାମୀ ବଳପୂର୍ବକ ଯୌନ ସମ୍ପର୍କ ରଖିବା ପରେ ସେ ଅସୁସ୍ଥ ଅନୁଭବ କରିଥିଲେ । ପରେ ସେ କରିଥିବା ସ୍ୱାସ୍ଥ୍ୟ ପରୀକ୍ଷାରେ ତାଙ୍କୁ ପକ୍ଷାଘାତ ହୋଇଥିବା ଜଣାପଡିଥିଲା । ଅତିରିକ୍ତ ସେସନ୍ସ ଜଜ ସଞ୍ଜୟଶ୍ରୀ କହିଛନ୍ତି, ମହିଳା ପକ୍ଷାଘାତ ରୋଗରେ ପୀଡିତ ହେବା ଅତ୍ୟନ୍ତ ଦୁଃଖଦାୟକ । ତଥାପି ମହିଳାଙ୍କ ଅବସ୍ଥା ପାଇଁ ତାଙ୍କ ସ୍ୱାମୀ କିମ୍ବା ପରିବାର ଦାୟୀ ରହିପାରିବେ ନାହିଁ । ଅଭିଯୁକ୍ତ ସ୍ୱାମୀ ଏବଂ ତାଙ୍କ ପରିବାର ଏହି ମାମଲାର ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ ପାଇଁ ପ୍ରସ୍ତୁତ ଥିବାରୁ ହେପାଜତରେ ନେଇ ପଚରାଉଚୁରାର କୌଣସି ଆବଶ୍ୟକ ନଥିବା କୋର୍ଟ କହିଛନ୍ତି ।

Get real time updates directly on you device, subscribe now.