fbpx

ମାୟାନଗରୀରେ ପ୍ରବେଶ ପାଇଁ ଟିକାର ଉଭୟ ଡୋଜ୍ ନେବା ଆବଶ୍ୟକ, ନହେଲେ..

ମୁମ୍ବାଇ : ମହାରାଷ୍ଟ୍ରରେ ଶନିବାରଠାରୁ କରୋନା ଭାଇରସର ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟ ସରକାର ବଢ଼ୁଥିବା କରୋନା ମାମଲାକୁ ଦୃଷ୍ଟିରେ ଦେଖି ଅନେକ ନିୟମ ପ୍ରସ୍ତୁତ କରିଛନ୍ତି । ଏହାରି ମଧ୍ୟରେ ମହାନଗରୀରେ ପ୍ରବେଶ ନିୟମରେ ବି ପରିବର୍ତ୍ତନ କରାଯାଇଛି । ମହାରାଷ୍ଟ୍ର ସରକାରଙ୍କ ନିର୍ଦ୍ଦେଶ ମୁତାବକ, ରାଜ୍ୟରେ ପ୍ରବେଶ କରୁଥିବା ପ୍ରତ୍ୟେକ ଯାତ୍ରୀ ଟିକାର ଉଭୟ ଡୋଜ୍ ନେବା ଜରୁରୀ । ଟିକାର ଉଭୟ ଡୋଜ ମଧ୍ୟରେ ୧୪ ଦିନର ବ୍ୟବଧାନ ହେବା ଜରୁରୀ । ଏହା ସହିତ ପ୍ରମାଣ ଭାବେ ଆପଣଙ୍କୁ ସାର୍ଟିଫିକେଟର ଏକ କପି ନିଜ ପାଖରେ ରଖିବା ଆବଶ୍ୟକ ।

ଯଦି ଆପଣ ଟିକା ନେଇନାହାନ୍ତି ତ , ଏପର ପରିସ୍ଥିତିରେ ଆରଟି ପିସିଆର ରିପୋର୍ଟ ଦେଖାଇପାରିବେ । ଏହି ନିୟମ ପାଳନ ନହେଲେ ଆପଣଙ୍କୁ ମହାରାଷ୍ଟ୍ରରେ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ରହିବାକୁ ପଡିବ । ତେବେ ମହାରାଷ୍ଟ୍ର ସରକାର କୋଭିଡ -୧୯ ପ୍ରତିବନ୍ଧକକୁ ଆହୁରି କୋହଳ କରି ଅଗଷ୍ଟ ୧୫ ରୁ ମଲ୍, ରେଷ୍ଟୁରାଣ୍ଟଗୁଡିକୁ ୫୦ ପ୍ରତିଶତ କ୍ଷମତା ସହିତ ରାତି ୧୦ ଟା ପର୍ଯ୍ୟନ୍ତ ଖୋଲା ରହିବାକୁ ଅନୁମତି ଦେବାକୁ ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ଏହା ସହିତ ସମସ୍ତ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ଟିକାକରଣ କରାଯିବା ଉଚିତ୍ ବୋଲି ସର୍ତ୍ତ ମଧ୍ୟ ରହିବ ।

Get real time updates directly on you device, subscribe now.