fbpx
BJD SKY
BJD SKY

CSK କ୍ୟାମ୍ପରେ ଓଡ଼ିଆ ପୁଅ: ବିଜୟ ହଜାରେ ଟ୍ରଫିରେ କରିଛନ୍ତି ଚମତ୍କାର ପ୍ରଦର୍ଶନ

BJD

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଚାରି ଚାରି ଥର ଆଇପିଏଲ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସର କ୍ୟାମ୍ପରେ ସାମିଲ ହୋଇଛନ୍ତି ଓଡ଼ିଶା ଖେଳାଳି ଶୁଭ୍ରାଶୁଂ ସେନାପତି । ଚଳିତ ବଜୟ ହଜାରେ ଟ୍ରଫିରେ ଓଡ଼ିଶା ପାଇଁ ହାଇଏଷ୍ଟ ସ୍କୋରର ରହିଥିବା ଶୁଭ୍ରାଶୁଂଙ୍କୁ ନିଜ ସିଲେକ୍ସନ ଟ୍ରାଏଲରେ ସାମିଲ କରିଛି ସିଏସକେ । ଚଳିତ ବିଜୟ ହଜାରେ ଟ୍ରଫିରେ ଓଡ଼ିଶା ପକ୍ଷରୁ ଚମକ୍ରାର ପ୍ରଦର୍ଶନ କରିଛନ୍ତି ଶୁଭ୍ରାଂସୁ । ଚଳିତ ସିଜିନରେ ୭ ମ୍ୟାଚରୁ ୨୭୫ ରନ ସଂଗ୍ରହ କରିଛନ୍ତି । ଆନ୍ଧ୍ରପ୍ରଦେଶ ବିପକ୍ଷରେ ଶତକ ହାସଳ କରିଥିବା ଶୁଭ୍ରାଂସୁ ବିଦର୍ଭ ଓ ହିମାଚଳ ପ୍ରଦେଶ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଥିଲେ ।

୨୪ ବର୍ଷୀୟ ଶୁଭ୍ରାଂସୁ ଏହା ପୂର୍ବରୁ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ମଧ୍ୟ ଠିକ୍ ଠାକ ପ୍ରଦର୍ଶନ କରିଥିଲେ । ୫ଟି ମ୍ୟାଚରୁ ୨୭.୬୦ର ଆଭରେଜ ଓ ୧୧୭ର ଷ୍ଟ୍ରାଇକ ରେଟ ସହିତ ସେ ୧୩୮ ରନ କରିଥିଲେ । ୨୦୧୭ରେ ନିଜର ଟି-୨୦ ପଦାର୍ପଣ କରିଥିବା ଶୁଭ୍ରାଂସୁ ୨୬ଟି ଟ-୨୦ ମୁକାବିଲା ଖେଳିଛନ୍ତି । ଏହି ମୁକାବିଲାରେ ୨୮.୯୫ର ଆଭରେଜ ସହିତ ୬୩୭ ରନ ସଂଗ୍ରହ କରିଛନ୍ତି । ଏହି ସମୟ ମଧ୍ୟରେ ଶୁଭ୍ରାଂସୁ ୬୩୭ ରନ ମଧ୍ୟ ସଂଗ୍ରହ କରିଛନ୍ତି । ଚେନ୍ନାଇ ପକ୍ଷରୁ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ୪ ଜଣ ଖେଳାଳିଙ୍କୁ ରିଟେନ କରାଯାଇଛି । ରବୀନ୍ଦ୍ର ଜାଡେଜାଙ୍କୁ ସର୍ବାଧିକ ୧୬ କୋଟି ଟଙ୍କାରେ ରିଟେନ କରାଯାଇଥିବା ବେଳେ ପୂର୍ବତନ ଅଧିନାୟକ ଧୋନୀଙ୍କୁ ୧୨ କୋଟି ଟଙ୍କାରେ ରିଟେନ୍ କରାଯାଇଛି । ଏହା ବାଦ ମୋଇନ ଅଲୀ ଏବଂ ଋତୁରାଜ ଗାଏକ୍ୱାଡଙ୍କୁ ୮ କୋଟି ଟଙ୍କା ବ୍ୟୟରେ ରିଟେନ୍ କରାଯାଇଛି ।

Get real time updates directly on you device, subscribe now.