fbpx

ଗୋଟିଏ ସ୍ପାମର କରିଛି ୨୦ କୋଟି କଲ୍, ପ୍ରତିଘଣ୍ଟାରେ କରୁଥିଲା ୨୭ ହଜାର କଲ୍: ଟ୍ରୁ କଲର କଲା ଖୁଲାସା

ସ୍ପାମ୍ କଲ୍ ଯୋଗୁଁ ଅନେକ ଲୋକ ହଇରାଣ ହୋଇଥାନ୍ତି । ସ୍ପାମ କଲ ଯୋଗୁଁ ଲୋକମାନେ ଠକାମୀର ମଧ୍ୟ ଶିକାର ହୋଇଥାନ୍ତି । ନିକଟରେ ସ୍ପାମ କଲ୍ କୁ ଟ୍ରୁ କଲର ଏକ କୌତୁହଳପୂର୍ଣ୍ଣ ତଥ୍ୟ ସେୟାର କରିଛି । ଯେଉଁଥିରେ ଥିବା ତଥ୍ୟ ଚିନ୍ତାଜନକ ହେଇପାରେ ।

ଟ୍ରୁ କଲର ଅନୁଯାୟୀ ଗୋଟିଏ ସ୍ପାମର ଭାରତରେ କେବଳ ଏହି ବର୍ଷ ୨୦ କୋଟି ସ୍ପାମ କଲ୍ କରିଛି । ଅର୍ଥାତ୍ ଗୋଟିଏ ଫୋନ୍ ନମ୍ବରରୁ ପ୍ରତିଦିନ ପ୍ରାୟ ୬ ଲକ୍ଷ କଲ୍ କରାଯାଇ ହଇରାଣ କରାଯାଇଛି । ଘଣ୍ଟା ହିସାବରେ ଦେଖିଲେ ସ୍ପାମର ପ୍ରତିଘଣ୍ଟାରେ ୨୭ ହଜାର ଲୋକଙ୍କୁ କଲ୍ କରିଛି । ଟ୍ରୁ କଲର ଏହାର ଗ୍ଲୋବାଲ ସ୍ପାମ ରିପୋର୍ଟରେ ଏନେଇ ସୂଚନା ଦେଇଛିି ।

ଟ୍ରୁ କଲର ଏଭଳି ସ୍ପାମରଙ୍କୁ ରିପୋର୍ଟ ପ୍ରସ୍ତୁତ କରି ବ୍ଲକ କରିଥାଏ । ଟ୍ରୁ କଲର ର ଏହି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ଭାରତରେ ସ୍ପାମ କଲ୍ ଦ୍ରୁତ ଭାବରେ ବୃଦ୍ଧି ପାଉଛି । ଟ୍ରୁ କଲର ଟପ୍ ୨୦ ମୋଷ୍ଟ ୱାଣ୍ଟେଡ ସ୍ପାମ କଲ୍ ଦେଶ ଲିଷ୍ଟରେ ଭାରତ ୯ମରୁ ୪ର୍ଥ ସ୍ଥାନକୁ ଆସିଛି । ପ୍ରଥମରେ ବ୍ରାଜିଲ, ଦ୍ୱିତୀୟରେ ପେରୁ ରହିଛନ୍ତି । ଟ୍ରୁ କଲର କହିଛି ସବୁଠାରୁ ସ୍ପାମ କଲ୍ସ କରିବାର ସବୁଠାରୁ ଅଧିକ ଲୋକପ୍ରିୟ ହେଉଛି କେୱାଇସି ଏବଂ ଓଟିପି ମାଗିବା । ଯାହାଦ୍ୱାରା ଅଧିକ ଲୋକମାନେ ଏହାର ଶିକାର ହୋଇଥାନ୍ତି ।

Get real time updates directly on you device, subscribe now.