fbpx
BSKY
BJD SHG SKY
BJD MC SKY

୮ ଲକ୍ଷ କଣ କୋଟିଏ ଦେଲେବି Divorce ଦେବିନି: ଚରିତ୍ର ସଂହାର ପ୍ରୟାସ ପରେ ମତ ରଖିଲେ ତପସ୍ୱିନୀ, ଦେଖନ୍ତୁ Video

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ତପସ୍ୱିନୀ ଦାସ ଓ ସୁମିତ ସାହୁ ମାମଲା ଏବେ ନୂଆ ମୋଡରେ । ତପସ୍ୱିନୀ ପୁନର୍ବାର ଶ୍ୱଶୁର ଘର ସାମ୍ନାକୁ ଧାରଣାରେ ବସିବା ପାଇଁ ଫେରିଥିବା ବେଳେ ଫେରାର ଅଛନ୍ତି ଡାକ୍ତର ସୁମିତ । ସୁମିତଙ୍କ ଫେରାର ରହିବା ସହିତ ତପସ୍ୱିନୀଙ୍କ ଚରିତ୍ର ସଂହାର କରିବାର ପ୍ରୟାସ ମଧ୍ୟ କରାଯାଇଥିଲା । ଏହାକୁ ଖଣ୍ଡନ କରିବା ସହିତ ପ୍ରତିକ୍ରିୟା ରଖିଛନ୍ତି ତପସ୍ୱିନୀ ।

ତପସ୍ୱିନୀ କହିଛନ୍ତି ସୁମିତ ଯଦି ମୋର ଅନୈତିକ ସମ୍ପର୍କ ଦେଖି ସେଠାରୁ ପଳାଇ ଆସିଥିଲେ ତାହେଲେ ଏସମ୍ପର୍କରେ କହିଲେନି କାହିଁକି? ଗତକାଲି ପର୍ଯ୍ୟନ୍ତ ସୁମିତଙ୍କ ଓକିଲ ସେ ଅସୁସ୍ଥ ଥିବା ନେଇ କହୁଥିଲେ । ତେବେ ଅଚାନକ କାହାଣୀକୁ ବଦଳାଇବାକୁ ପ୍ରୟାସ କରିଛନ୍ତି ସୁମିତଙ୍କ ଓକିଲ । ମୋର ଚରିତ୍ର ସଂହାର କରିବାକୁ ପ୍ରୟାସ କରାଯାଇଥିବା ନେଇ କହିଛନ୍ତି ତପସ୍ୱିନୀ । ୮ ଲକ୍ଷ କଣ କୋଟିଏ ଟଙ୍କା ଦେଲେ ମଧ୍ୟ ମୁଁ ଡିଭୋର୍ସ ଦେବିନି ବୋଲି କହିଛନ୍ତି ତପସ୍ୱିନୀ । ଦେଖନ୍ତୁ ଭିଡିଓ…..

Get real time updates directly on you device, subscribe now.