fbpx

(ଭିଡିଓ) ଛ’ ବର୍ଷ ଧରି ମିଳୁନାହିଁ ଦରମା, ଅନଶନ ବେଳେ ଗୁରୁତର ହେଲେ କର୍ମଚାରୀ

ଶୀତ କାକରରେ ଅନଶନରେ ବସି ବସି ସେ ଅସୁସ୍ଥ ହୋଇ ପଡ଼ିଛନ୍ତି ପମ୍ପ ଡ୍ରାଇଭର । ଆଉ ତାଙ୍କୁ ଏବେ ସିମୁଳିଆ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଛି । ୨ୟ ଦିନରେ ପହଞ୍ଚିଛି ପମ୍ପ ଡ୍ରାଇଭରଙ୍କ ଅନଶନ  । ବ୍ଲକ ସମ୍ମୁଖରେ ଅନଶନ ଓ ଧାରଣା ଦେଇଥିବା ମହିଳା ଅନଶନକାରୀଙ୍କ ଅବସ୍ଥା ଗୁରୁତର  ହୋଇପଡ଼ିଛି । ଆଉ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ସିମୁଳିଆ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି  ।

ସୂଚନା ମୁତାବକ ବାଲେଶ୍ୱର, ଜିଲ୍ଲା ସିମୁଳିଆ ବ୍ଲକର ବିଭିନ୍ନ ପଂଚାୟତ ଗ୍ରାମୀଣ ଜଳ ଯୋଗାଣ ପ୍ରକଳ୍ପ ଅଧୀନରେ କାର୍ଯ୍ୟ କରୁଥିବା ୧୬ ଜଣ ପମ୍ପ ଡ୍ରାଇଭର ଦୀର୍ଘ ୬ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରି ପ୍ରାପ୍ୟ ନପାଇବାରୁ ୨ ଦିନ ଧରି ବ୍ଲକ ସମ୍ମୁଖରେ ଅନଶନରେ ବସିଛିନ୍ତି । ଏହା ପୂର୍ବରୁ ୩ ଥର ଅନଶନରେ ବସିଥିଲେ ମଧ୍ୟ ବି. ଡି. ଓ, ଏକ୍ସିକ୍ୟୁଟିଭ ଇଞ୍ଜିନିଅର ଓ ଚେୟାରମ୍ୟାନ ବକେୟା ଦରମା ମିଳିବ ବୋଲି ପ୍ରତିଶୃତି ଦେଇ ଅନଶନରୁ ଉଠାଇ ଦେଇଥିଲେ  । ହେଲେ ପ୍ରତିଶୃତି ରକ୍ଷା କରିନଥିବାରୁ ପୁଣିଥରେ ଆନ୍ଦୋଳନ କରିଛନ୍ତି କର୍ମଚାରୀ । ଆଉ ଏହି ଅନଶନ ସମୟରେ ଅସୁସ୍ଥ ହୋଇପଡ଼ିଥିଲେ କର୍ମଚାରୀ ।

Get real time updates directly on you device, subscribe now.