fbpx
BSKY
BJD SHG SKY
BJD MC SKY

ICC ଡରରେ ସ୍ପିନ ବୋଲିଂ କଲେ ପେସ ବୋଲର: ଜାଣନ୍ତୁ କଣ ଥିଲା କାରଣ, ଦେଖନ୍ତୁ ଭାଇରାଲ Video

ନୂଆଦିଲ୍ଲୀ: ପେସ ବୋଲରଙ୍କୁ ସ୍ପିନ ବୋଲିଂ କରିବା ଦେଖିଛନ୍ତି କି? ଯଦି ନାଁ ତେବେ ଏହି ଭିଡିଓକୁ ନିଶ୍ଚୟ ଦେଖନ୍ତୁ । ଏହି ଘଟଣାଟି ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଘଟିଥିଲା । ଆଇସିସି ଭୟରେ ଅଫସ୍ପିନ ବୋଲର ପାଲଟି ଯାଇଥିଲେ ଇଂଲଣ୍ଡର ଓଲି ରବିନସନ । ପ୍ରଥମ ଟେଷ୍ଟ ହାରିବା ପରେ ଦ୍ୱିତୀୟ ଆସେସ ମୁକାବିଲାରେ ୫ ଜଣ ପେସ ବୋଲରଙ୍କ ସହିତ ପଡିଆକୁ ଓହ୍ଲାଇଥିଲା ଇଂଲଣ୍ଡ ।

ଅଧିନାୟକ ଜୋ ରୁଟଙ୍କୁ ବାଦ ଦେଲେ ଦଳ ନିକଟରେ ଆଉ ସ୍ପିନର ନଥିଲେ । ଏପରି ସମୟରେ ବୋଲିଂ ଓଭର ରେଟ ବଜାୟ ରଖିବା ରୁଟଙ୍କ ପାଇଁ କଷ୍ଟକର ବ୍ୟାପାର ଥିଲା । ମ୍ୟାଚର ୩୫ ତମ ଓଭରରେ ଓଲି ରବିନସନ ଅଫସ୍ପିନ ବୋଲିଂ କରିଥିଲେ । ୩୫ ତମ ଓଭରରୁ ରୁଟଙ୍କ ସହିତ ମିଶି ଲଗାତାର ୩ ଓଭର ଅଫସ୍ପିନ ପକାଇଥିଲେ । ଉଲ୍ଲେଖଯୋଗ୍ୟ ଯେ, ଇଂଲଣ୍ଡ ପୂର୍ବରୁ ସ୍ଲୋ ଓଭର ରେଟ ପାଇଁ ଦଣ୍ଡିତ ହୋଇ ସାରିଛି । ଆଉଥରେ ସମାନ ଭୁଲ ଦୋହରାଇଲେ ଇଂଲଣ୍ଡର ୧୦୦ ପ୍ରତିଶତ ମ୍ୟାଚ ଫି କଟିବା ସହିତ ୮ ରେଟିଂ ପଏଣ୍ଟ କଟିବ । ରେଟିଂ ପଏଣ୍ଟ କଟିଲେ ଏହା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରେ ଦଳକୁ ପ୍ରଭାବିତ କରିବ ତେଣୁ ରବିନସନଙ୍କୁ ସ୍ପିନ ବୋଲିଂ କରିବାକୁ ପଡିଥିଲା । ଦ୍ୱିତୀୟ ଟେଷ୍ଟର ଅନ୍ତିମ ଦିନରେ ଇଂଲଣ୍ଡକୁ ବିଜୟ ପାଇଁ ୩୮୬ ରନ ଆବଶ୍ୟକ ରହିଥିବା ବେଳେ ଅଷ୍ଟ୍ରେଲିଆକୁ ୬ ୱିକେଟ ଆବଶ୍ୟକ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.