fbpx

CSKକୁ ବ୍ୟାନ କରିବା ପାଇଁ ଉଠିଲା ଦାବି: ଧୋନୀବାହିନୀ ପାଇଁ ଏତେ ହଙ୍ଗାମା କାହିଁକି?

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗର ସର୍ବଶ୍ରେଷ୍ଠ ଦଳ ଭିତରୁ ଗୋଟିଏ ହେଉଛି ଚେନ୍ନାଇ ସୁପର କିଙ୍ଗସ । ୪ ଥର ଚମ୍ପିଆନ୍ ମୁକୁଟ ପିନ୍ଧିଥିବା ଏହି ଦଳ ଦେଶରେ ଖୁବ ଲୋକପ୍ରିୟତା ହାସଲ କରିଛି । କିନ୍ତୁ କ୍ୟାପଟେନ କୁଲ ମାହିଙ୍କର ଏହି ଦଳ ଉପରେ ଏବେ ବିପଦ ଘାରିଛି । ଧୋନୀବାହିନୀ ଉପରେ ବ୍ୟାନ ଲଗାଇବା ପାଇଁ ଉଠୁଛି ଜୋର ଦାବି । ଏହାସହିତ ମ୍ୟାଚର ଟିକେଟକୁ ନେଇ ମଧ୍ୟ ଖୁବ ବିବାଦ ଦେଖାଦେଇଛି । ଏମିତିକି ଆଇପିଏଲକୁ ନେଇ ବିବାଦ ବର୍ତ୍ତମାନ ତାମିଲନାଡୁ ବିଧାନସଭା ପର୍ଯ୍ୟନ୍ତ ପହଞ୍ଚିିଛନ୍ତି ।

ବିଧାନସଭାରେ ମଙ୍ଗଳବାର ଧର୍ମପୁରୀର ପିଏମକେ ବିଧାୟକ ଭେଙ୍କଟେଶ୍ୱରନ୍ ଆଇପିଏଲ ପ୍ରସଙ୍ଗ ଉଠାଇଛନ୍ତି । ତର୍କ କରି ଚେନ୍ନାଇ ସୁପର କିଙ୍ଗସ ଉପରେ ବ୍ୟାନ ଲଗାଇବାକୁ ଦାବି କରିଛନ୍ତି ଭେଙ୍କଟେଶ୍ୱରନ୍ । ଚେନ୍ନାଇ ଦଳରେ ତାମିଲନାଡୁରୁ କୌଣସି ଖେଳାଳି ସ୍ଥାନ ପାଇନାହାନ୍ତି । ଏହାକୁ ଏକ ପ୍ରସଙ୍ଗ କରି ସିଏସକେ ଉପରେ ବ୍ୟାନ ଲଗାଇବାକୁ ସେ ଦାବି କରିଛନ୍ତି । ବିଧାନସଭାରେ ଖେଳ ଉପରେ ବଜେଟ ଚର୍ଚ୍ଚାରେ ବିଧାୟକ କହିଛନ୍ତି ଯେ, ଚେନ୍ନାଇ ସୁପର କିଙ୍ଗସ ତାମିଲନାଡୁର ହୋଇଥିବା ବେଳେ ତାମିଲ ଯୁବ ପ୍ରତିଭାଙ୍କୁ ଏଥିରେ ସୁଯୋଗ ଦିଆଯାଉ ନାହିଁ । ଚେନ୍ନାଇ ସୁପର କିଙ୍ଗସ ନାମରେ ତାମିଲନାଡୁର ରାଜଧାନୀ ରହିଛି । କିନ୍ତୁ ସିଏସକେରେ କୌଣସି ତାମିଲ ଖେଳାଳି ସ୍ଥାନ ନ ପାଇବା ଏକ ଦୁର୍ଭାଗ୍ୟପୂର୍ଣ୍ଣ ବିଷୟ । ତେବେ ଏ ନେଇ ମନ୍ତ୍ରୀ ବିଧାନସଭାରେ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି । ତେବେ କ୍ରୀଡାମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଆଶା ରଖିଛନ୍ତି ଭେଙ୍କଟେଶ୍ୱରନ୍ ।

ଏହାପ୍ୟତୀତ ଆଇପିଏଲ ଟିକେଟକୁ ନେଇ ମଧ୍ୟ ତାମିଲନାଡୁରେ ହଙ୍ଗାମା ସୃଷ୍ଟି ହୋଇଛି । ଇଓଇଊଗକ ବିଧାୟକ ଆଇପିଏଲ ମ୍ୟାଚର ପାସ ମାଗିବାକୁ ନେଇ ଏକ ବଡ ବିବାଦ ସୃଷ୍ଟି ହୋଇଛି । ମ୍ୟାଚର ଟିକେଟ ମିଳୁ ନଥିବାରୁ ଏହି ମାମଲାକୁ ନେଇ ଏକ ବଡ ବିବାଦ ସୃଷ୍ଟି ହୋଇଛି । ତେଣୁ ଚେନ୍ନାଇ ସୁପର କିଙ୍ଗସକୁ ଆଇପିଏଲରୁ ବ୍ୟାନ କରିବା ପାଇଁ ଦାବି ଉଠିଛି । ତେବେ ଚେନ୍ନାଇ ଇଣ୍ଡିଆନ୍ ପ୍ରିମିୟର ଲିଗର ସର୍ବଶ୍ରେଷ୍ଠ ଦଳ ଭାବରେ ପରିଗଣିତ ହେଉଥିବା ବେଳେ ସାରା ଭାରତରେ ଧୋନୀବାହିନୀର କୋଟି କୋଟି ପ୍ରଶଂସକ ରହିଛନ୍ତି ।

Get real time updates directly on you device, subscribe now.