fbpx
BJD SKY
BJD SKY

ସାବଧାନ୍ ! ପବ୍ଲିକ୍ ଚାର୍ଜର ବ୍ୟବହାର କରୁଛନ୍ତି କି ? ଆଜି ହିଁ ବନ୍ଦ କରନ୍ତୁ..

BJD

ନୂଆଦିଲ୍ଲୀ : ମଲ, ମାର୍କେଟ କିମ୍ବା ଅନ୍ୟ କୌଣସି ସର୍ବସାଧାରଣ ସ୍ଥାନରେ ଆପଣ ନିଜ ଫୋନକୁ ଚାର୍ଜିଂରେ ରଖିଛନ୍ତି କି? ତେବେ ଥରୁଟିଏ ନିଶ୍ଚୟ ପଢନ୍ତୁ ଏହି ଆର୍ଟିକିଲକୁ । ଏହା ଅତ୍ୟନ୍ତ ବିପଜ୍ଜନକ । ଏହି ଅଭ୍ୟାସ ଆପଣଙ୍କୁ ବିପଦରେ ପକାଇ ପାରେ । ନିକଟରେ ସମ୍ଭାବ୍ୟ ହ୍ୟାକିଂ ବିପଦକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସାଇବର ଏକ୍ସପର୍ଟ । ମଲ୍ ଏବଂ ମାର୍କେଟ ପରି ସ୍ଥାନରେ ମିଳୁଥିବା ସାର୍ବଜନୀନ ଚାର୍ଜର ବ୍ୟବହାର କରିବା ପରିବର୍ତ୍ତେ ପାୱାର ବ୍ୟାଙ୍କ ସାଙ୍ଗରେ ରଖିବାକୁ ଉପଭୋକ୍ତାମାନଙ୍କୁ ପରାମର୍ଶ ଦିଆଯାଇଛି ।

ବିମାନବନ୍ଦର, ହୋଟେଲ କିମ୍ବା ସପିଂ ସେଣ୍ଟରରେ ମାଗଣା ଚାର୍ଜିଂ ଷ୍ଟେସନ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ । ଏଫସିସି ୱେବସାଇଟ୍ ଅନୁଯାୟୀ , ସାଇବର ସୁରକ୍ଷା ବିଶେଷଜ୍ଞମାନେ ଏକ ଚେତାବନୀ ଦେଇଛନ୍ତି ଯେ ସାଇବର ଅପରାଧୀମାନେ ସର୍ବସାଧାରଣ ଚାର୍ଜିଂ ଷ୍ଟେସନରେ ଥିବା ଇଲେକ୍ଟ୍ରୋନିକ୍ ଉପକରଣଗୁଡ଼ିକର ସଂଯୋଗ କରିବା ମାତ୍ରେ ଡେଟା ଲିକ୍ ହୋଇଥାଏ ।

ଜୁସ୍ ଜ୍ୟାକିଂ ହେଉଛି ଏକ ପଦ୍ଧତି ଯାହା ହ୍ୟାକରମାନେ ବହୁତ ବ୍ୟବହାର କରନ୍ତି । ୨୦୨୧ ମସିହାରେ ମଧ୍ୟ ଏଭଳି ମାମଲା ରିପୋର୍ଟ ହୋଇଥିଲା। ବିମାନବନ୍ଦର ଏବଂ ସପିଂ ସେଣ୍ଟର ଭଳି ସର୍ବସାଧାରଣ ସ୍ଥାନରେ ହ୍ୟାକରମାନେ ସର୍ବସାଧାରଣ ପୋର୍ଟ ମାଲୱେର୍ (ଏହା ଏକ କମ୍ପ୍ୟୁଟର ସଫ୍ଟ ଓୟାର)କନେକସନ୍ ଦେଇଥାଏ । ଯାହା ଦ୍ୱାରା ଆପଣଙ୍କ ଫୋନର ବ୍ୟକ୍ତିଗତ ତଥ୍ୟ ସେମାନଙ୍କ ନିକଟକୁ ଯାଏ । ସେମାନେ ଏହାକୁ ଦୁର୍ବ୍ୟବହାର କରନ୍ତି ।

ତେବେ ଏଥିରୁ ବର୍ତ୍ତିବା ପାଇଁ ସର୍ବସାଧାରଣରେ ଆପଣଙ୍କର ଡିଭାଇସ୍ ଚାର୍ଜ କରିବା ସମୟରେ ସତର୍କତା ଅବଲମ୍ବନ କରିବା ଜରୁରୀ । ଅଥବା ଚାର୍ଜ ନ କରିବା ଭଲ । କେବଳ ନିଜର ଚାର୍ଜର କିମ୍ବା କେବୁଲ୍ ବ୍ୟବହାର କରିବା ଉଚିତ୍ । ଯଦି ଏକ ସାର୍ବଜନୀନ ଟଝଈ ପୋର୍ଟ ବ୍ୟବହାର କରୁଛନ୍ତି, ତେବେ ଏକ ଡାଟା ବ୍ଲକର୍ ବ୍ୟବହାର କରନ୍ତୁ କିମ୍ବା ଏକ ଡିଭାଇସ୍ ଚାର୍ଜ କରନ୍ତୁ ଯେଉଁଥିରେ ସମ୍ବେଦନଶୀଳ ସୂଚନା ନାହିଁ । ପାୱା ବ୍ୟାଙ୍କ ମଧ୍ୟ ବ୍ୟବହାର କରି ପାରିବେ ।

Get real time updates directly on you device, subscribe now.