fbpx
BJD
BJD SKY
BJD SKY

କର୍ଣ୍ଣାଟକ ବିଧାନସଭା ମହାସମର: ୧୮୯ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା BJP

ନୂଆଦିଲ୍ଲୀ: ଆସନ୍ତା ମାସ ୧୦ ତାରିଖରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହାପରେ ୧୩ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା ହେବ । ଆସନ୍ତା ବର୍ଷ ଦେଶରେ ଲୋକସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ତା’ ପୂର୍ବରୁ କର୍ଣ୍ଣାଟକ ନିର୍ବାଚନ ପ୍ରତ୍ୟେକ ରାଜନୈତିକ ଦଳ ପାଇଁ ବେଶ୍ ଗୁରୁତ୍ୱ ବହନ କରୁଛି । କାରଣ କର୍ଣ୍ଣାଟକରେ କଂଗ୍ରେସ, ଜେଡିଏସ ଶାସକ ବିଜେପିକୁ କଡ଼ା ଟକ୍କର ଦେବା ମୁଡ଼ରେ ରହିଛନ୍ତି ।

ତେବେ ଏଥର ରାଜ୍ୟ ବିଧାନସଭା ନିର୍ବାଚନରେ ତ୍ରିମୁଖୀ ଲଢ଼େଇ ଦେଖିବାକୁ ମିଳିପାରେ । ଏଥର ରାଜ୍ୟରେ ବିଜେପି ମାତ୍ ଖାଇବ ଓ କଂଗ୍ରେସ ସରକାର ଗଠନ କରିବ ବୋଲି କିଛି ଗଣମାଧ୍ୟମ ସଂସ୍ଥା ଆକଳନ କରିଛନ୍ତି । ତେଣୁ ନିର୍ବାଚନକୁ ନେଇ ବିଜେପିକୁ ଆଉ ରାତିରେ ନିଦ ନାହିଁ । ଏହା ମଧ୍ୟରେ ରାଜ୍ୟରେ ରାଜନେତାଙ୍କର ଦଳ ବଦଳ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି ।

ତେବେ ସଦ୍ୟ ରିପୋର୍ଟ ମୁତାବକ, ଆଜି ବିଜେପି ୨୨୪ଟି ବିଧାନସଭା ଆସନ ମଧ୍ୟରୁ ୧୮୯ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଦଳ ଏଥର ୧୫୦ଟି ସିଟରେ ଜିତିବା ନେଇ ଟାର୍ଗେଟ୍ ରଖିଛି । ଏହା ପୂର୍ବରୁ କଂଗ୍ରେସ ୧୬୬ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ଜେଡିଏସ ୯୩ଟି ସିଟ୍ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା । ଆଗକୁ ଦଳମାନେ ନିଜର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବେ ।

Get real time updates directly on you device, subscribe now.