fbpx

(Video) ଇଏ କି ନିଶା… ସ୍କୁଟିରେ ମଦ ପିଇବା ପାଇଁ ଚେଷ୍ଟା କରୁଥିଲେ ଯୁବତୀ: ତା’ପରେ…

ନୂଆଦିଲ୍ଲୀ: ମଦ ଏକ ଏମିତି ନିଶା, ଯାହା ମଣିଷକୁ ପାଗଳ ସଜେଇ ଦିଏ । ମଦ ପ୍ରତି କିଛି ଲୋକଙ୍କ ଦୁର୍ବଳତା ଖୁବ ଅଧିକ ରହିଥାଏ । ମଦ୍ୟପାନ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ବୋଲି ବାରମ୍ବାର ସଚେତନ କରାଇଲେ ମଧ୍ୟ ଏହା ଫେଲ ମାରିଛି । ବିଶେଷ କରି ଗାଡି ଚଳାଇବା ସମୟରେ ମଦ୍ୟପାନ ଖୁବ ବିପଦଜନକ ହୋଇଥାଏ । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ । ମଦ ନିଶା ତାଙ୍କୁ ଆଜି ମରଣ ମୁହଁକୁ ଠେଲି ଦେଇଛି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ମଦ ନିଶାର ଓଲଟା ପରିଣତି ଦେଖିବାକୁ ମିଳିଛି । ଭିଡିଓରେ ଦେଖାଯାଉଛି ଯେ, ଜଣେ ଯୁବତୀ ସ୍କୁଟି ଚଳାଇ ଯାଉଥିବା ବେଳେ ଯୁବକ ଜଣକ ଗାଡି ପଛରେ ବସିଛନ୍ତି । ଯୁବକ ଜଣକ ହାତରେ ଏକ ମଦ ଗ୍ଲାସ ଧରିଛନ୍ତି । ତେବେ ଗାଡି ଚଳାଉଥିବା ମହିଳା ଜଣକ ପଛକୁ ବୁଲି ମଦ ପିଇବା ପାଇଁ ମାଗିବା ସହ ଏହାକୁ ପିଇବା ପାଇଁ ଚେଷ୍ଟା କରୁଛନ୍ତି । ବାସ୍ କଥାରେ ଅଛି ନା, ‘ନଜର ହଟି ଦୁର୍ଘଟଣା ଘଟି’ । ଏହି ଲୋକକଥାର ଜ୍ୱଳନ୍ତ ଉଦାହରଣ ପାଲଟି ଯାଇଛନ୍ତି ଏହି ଦୁଇ ଜଣ । ମଦ ନିଶା ଏମିତି ଘାରିଛି ଯେ, ସେମାନେ ରାସ୍ତାରେ ଗାଡି ଚଳାଇ ଯାଉଥିବା କଥା ଭୁଲି ଯାଇଛନ୍ତି ।

https://twitter.com/uecaiu/status/1644777996350308354?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1644777996350308354%7Ctwgr%5Ea522d413a8b8bbbcc8c96bc0109c6d5fe8c01ba9%7Ctwcon%5Es1_c10&ref_url=https%3A%2F%2Fsambad.in%2Fcrime%2Fshocking-video-boy-was-making-video-986885%2F

ଯୁବତୀ ଜଣକ ରାସ୍ତାରୁ ନଜର ହଟାଇ ମଦ ପିଇବାକୁ ଚେଷ୍ଟା କରୁଥିବା ବେଳେ ଘଟି ଯାଇଛି ଏକ ବଡ ଦୁର୍ଘଟଣା । ସାମନାରେ ଥିବା ଏକ କାର୍ ସହିତ ସିଦା ଯାଇ ପିଟି ହୋଇଛି ଯୁବତୀଙ୍କ ସ୍କୁଟି । ଏହାପରେ ଭିଡିଓ ବନ୍ଦ ହୋଇଯାଇଛି । କିନ୍ତୁ ଦୁର୍ଘଟଣାରେ ଉଭୟଙ୍କର ଅଧିକ କ୍ଷତି ହୋଇଥିବ ବୋଲି ଅନୁମାନ କରାଯାଉଛି । କିନ୍ତୁ ମଦ ନିଶାର ପରିଣାମ କ’ଣ ହୋଇପାରେ, ତାହା ନିଶ୍ଚୟ ବୁଝି ଯାଇଥିବେ ଏମାନେ ।

Get real time updates directly on you device, subscribe now.