fbpx
BJD SKY
BJD SKY

ସିଏସକେକୁ ଝଟକା; ଆଇପିଏଲରୁ ବାଦ ପଡିଲେ ଏହି ଷ୍ଟାର ଅଲରାଉଣ୍ଡର

BJD

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ବଢିଆ ପ୍ରଦର୍ଶନ କରୁଥିବା ଚେନ୍ନାଇ ସୁପର କିଙ୍ଗସକୁ ଝଟକା । ଆହତ ହେବା କାରଣରୁ ଦଳର ଷ୍ଟାର ଅଲରାଉଣ୍ଡର ସାମ କୁରାନ ଦଳରୁ ବାଦ ପଡିଛନ୍ତି । ପିଠିରେ ଆଘାତ କାରଣରୁ ସମୁଦାୟ ଆଇପିଏଲରୁ ବାଦ ପଡିବା ସହିତ ଇଂଲଣ୍ଡ ବିଶ୍ୱକପ ଦଳରୁ ମଧ୍ୟ ବାଦ ପଡିଛନ୍ତି କୁରାନ । ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ କୁରାନ ଆହତ ହୋଇଥିବା ବେଳେ ତାଙ୍କ ପିଠିର ତଳ ଭାଗରେ ଆଘାତ ଲାଗିଥିବା ଜଣାପଡିଥିଲା ।
କୁରାନ ଚଳିତ ସିଜିନରେ ୯ଟି ମ୍ୟାଚରୁ ୯ଟି ୱିକେଟ ଅକ୍ତିଆର କରିବା ସହିତ ୫୬ ରନ ସଂଗ୍ରହ କରିଛନ୍ତି । ବ୍ରାଭୋ ଏବଂ ତାଙ୍କ ମଧ୍ୟରୁ ଜଣେ ନିୟମିତ ସିଏସକେରେ ସ୍ଥାନ ପାଇଥାନ୍ତି । ଆଇପିଏଲ ବାୟୋ ବବଲ ଛାଡି ସେ ବର୍ତ୍ତମାନ ଇଂଲଣ୍ଡ ଯାତ୍ରା କରିବେ । ସାମ କୁରାନଙ୍କ ଭାଇ ଟମ କୁରାନ ଇଂଲଣ୍ଡ ବିଶ୍ୱ କପ ଦଳରେ ସାମିଲ ହୋଇଥିବା ବେଳେ ରିସ ଟପଲେଙ୍କୁ ରିଜର୍ଭ ଖେଳାଳି ଭାବରେ ରଖାଯାଇଛି ।

Get real time updates directly on you device, subscribe now.