fbpx

ସାଗର ଧନକାର ହତ୍ୟା ମାମଲା; ସୁଶୀଲଙ୍କୁ ମିଳିଲାନି ଜାମିନ

ନୂଆଦିଲ୍ଲୀ: ସାଗର ଧନକାର ହତ୍ୟା ମାମଲରେ ଅଭିଯୁକ୍ତ କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ ଅଦାଲତରୁ ଝଟକା । କୋର୍ଟ ୨୩ ବର୍ଷୀୟ ସାଗର ଧନକାର ହତ୍ୟା ମାମଲାରେ ଅଭିଯୁକ୍ତ ସୁଶୀଲ କୁମାରଙ୍କ ଜାମିନ ଖାରଜ କରିଛନ୍ତି । ମଙ୍ଗଳବାର ଦିଲ୍ଲୀ ରୋହିଣୀ କୋର୍ଟ ସୁଶୀଲଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ।

ଏହା ପୂର୍ବରୁ ମେ ମାସରେ ମଧ୍ୟ ସୁଶୀଲ କୁମାର ଗିରଫରୁ ବଞ୍ଚିବା ପାଇଁ ରୋହିଣୀ କୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ, ଯାହାକୁ ଅଦାଲତ ଖାରଜ କରିଥିଲେ । ସେତେବେଳେ ୨୩ ମେ ୨୩ରେ ରେ ତାଙ୍କୁ ଏବଂ ତାଙ୍କ ସାଥୀ ଅଜୟଙ୍କୁ ଦିଲ୍ଲୀରୁ ଗିରଫ କରାଯାଇଥିଲା । ସେବେଠାରୁ ଉଭୟ ଜେଲରେ ଅଛନ୍ତି ।

Get real time updates directly on you device, subscribe now.