fbpx

ଆର୍ଯ୍ୟନ ଖାନଙ୍କ ରିୟା ଚକ୍ରବର୍ତ୍ତୀ ଲିଙ୍କ; ଜାଣନ୍ତୁ କଣ ରହିଛି କନେକ୍ସନ

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ମାମଲାରେ ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନକୁ ଏନସିବି ପକ୍ଷରୁ ଗିରଫ କରାଯାଇଥିବା ବେଳେ ବର୍ତ୍ତମାନ ଏହି ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କ ନାମ ଚର୍ଚ୍ଚାକୁ ଆସିଛି । ସିନେମା ଜଗତକୁ ହଲାଇ ଦେଇଥିବା ଏହି ମାମଲାରେ ଆର୍ଯ୍ୟନଙ୍କ ଜାମିନ ପାଇଁ ପ୍ରୟାସ କରୁଛନ୍ତି ଓକିଲ ସତୀଶ ମନଚନ୍ଦାନି । ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଗିରଫ ହୋଇଥିବା ରିୟା ଚକ୍ରବର୍ତ୍ତୀ ପୁଣି ଥରେ ଚର୍ଚ୍ଚାରେ । ତେବେ ଆସନ୍ତୁ ଜାଣି ରଖିବା କଣ ପାଇଁ ପୁଣି ଥରେ ଚର୍ଚ୍ଚାରେ ରିୟା ଚକ୍ରବର୍ତ୍ତୀ ।
ଡ୍ରଗ୍ସ ସେବନ ଓ ବିକ୍ରି ମାମଲାରେ ଛନ୍ଦି ହୋଇ ପଡିଥିବା ଆର୍ଯ୍ୟନ ଖାନଙ୍କ ମାମଲା ପରିଚାଳନା କରୁଛନ୍ତି ଓକିଲ ସତୀଶ ମନଚନ୍ଦାନୀ । ସତୀଶ ହେଉଛନ୍ତି ସେହି ଓକିଲ ଯିଏକି ରିୟା ଚକ୍ରବର୍ତ୍ତୀଙ୍କୁ କେବଳ ନିର୍ଦ୍ଦୋଷ ପ୍ରମାଣ କରିଥିଲେ ତାହା ନୁହେଁ ବରଂ ତାଙ୍କୁ ଜେଲରୁ ମଧ୍ୟ ବାହାର କରିଥିଲେ ।ଆର୍ଯ୍ୟନଙ୍କ ସମସ୍ତ ଆଶା ମନଚନ୍ଦାନିଙ୍କ ଉପରେ ରହିଥିିବା ବେଳେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ରିୟା । ବଲିଉଡ ସେଲିବ୍ରିଟିଙ୍କ ପାଇଁ ୧ ନମ୍ବର ଓକିଲ ରହିଥିବା ସତୀଶଙ୍କ କ୍ୟାରିୟର ଆରମ୍ଭ ହୁଏ ୧୯୮୩ ମସିହାରୁ । ଦେଶର ଏକ ନମ୍ବର ଓକିଲ ରାମ ଜେଠମଲାନୀଙ୍କ ବିପକ୍ଷରେ କ୍ୟାରିୟର ଆରମ୍ଭ କରିଥିବା ଏହି ଓକିଲ ଜଣକ ସଫଳତା ହାସଲ କରନ୍ତି ୧୯୯୩ରେ । ୧୯୯୩ ବୋମା ବିସ୍ଫୋରଣ ମାମଲାରେ ସଞ୍ଜୟ ଦତ୍ତଙ୍କୁ ଜାମିନ ପ୍ରଦାନ କରି ଚର୍ଚ୍ଚାକୁ ଆସନ୍ତି । ୨୦୦୨ରେ ସତୀଶ ବଲିଉଡର ଭାଇଜାନ ସଲମାନ ଖାନଙ୍କ ହିଟ ଆଣ୍ଡ ରନ ମାମଲାରେ ଲଢିବା ସହିତ ସଫଳତା ହାସଲ କରିଥିଲେ ।

Get real time updates directly on you device, subscribe now.