fbpx

‘CTRL’ ରିଲିଜ୍ ଡେଟ୍ ଉପରୁ ଉଠିଲା ପରଦା, ଏହି ଦିନ OTT ପ୍ଲାଟଫର୍ମରେ ଦେଖିପାରିବେ

ମୁମ୍ବାଇ: ଅନନ୍ୟା ପାଣ୍ଡେ ଷ୍ଟାରର ସାଇବର ଥ୍ରିଲର ‘CTRL’ ଫିଲ୍ମକୁ ନେଇ ଚର୍ଚ୍ଚା ଜାରି ରହିଛି । ବର୍ତ୍ତମାନ ଫିଲ୍ମର ନିର୍ମାତା ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରିଛନ୍ତି । ଏହା ସହ ଫିଲ୍ମରେ ଅନନ୍ୟାଙ୍କ ନୂଆ ଲୁକକୁ ନେଇ ଦର୍ଶକ ବେଶ ଉତ୍ସାହିତ ଅଛନ୍ତି ।

Harry Lindleyଙ୍କ ନିର୍ଦ୍ଦେଶିତ ଏବଂ Saffron and Andolan Films ଦ୍ୱାରା ପ୍ରଯୋଜିତ ‘CTRL’ରେ ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ନୂଆ ଅବତାରରେ ଦେଖିବାକୁ ମିଳିବ । ଏଥିରେ ଅନନ୍ୟା, ନେଲା ଅବସ୍ଥି ଏବଂ ୱିହାନ ସାମନ୍ତଙ୍କୁ ଲିଡ୍ ଭୂମିକାରେ ଦେଖିବାକୁ ମିଳିବ । ଅକ୍ଟୋବର ୪ରେ ଏହି ଫିଲ୍ମ ନେଟଫ୍ଲିକ୍ସରେ ରିଲିଜ୍ ହେବ । ଫିଲ୍ମର କାହାଣୀ ଏଭଳି ଏକ ଦମ୍ପତ୍ତିଙ୍କୁ ନେଇ ଗତିଶୀଳ ଯିଏକି ଜଣେ କଣ୍ଟେଣ୍ଟ କ୍ରିଏଟର ଏବଂ ଇଣ୍ଟରନେଟରେ ଦର୍ଶକଙ୍କ ଭଲପାଇବାକୁ ନେଇ ବେଶ ଉତ୍ସାହିତ । କିନ୍ତୁ ତାଙ୍କ ବ୍ରେକଅପ୍ ପରେ ଯେମିତି ସବୁକିଛି ବଦଳି ଯାଏ । ନିକଟରେ ଏହି ଫିଲ୍ମର ଟିଜରକୁ ନେଇ ଦର୍ଶକଙ୍କ ଭଲ ରେସପନ୍ସ ମିଳିଥିଲା । ଅନନ୍ୟା ପାଣ୍ଡେ ଧିରେ ଧିରେ ଇଣ୍ଡଷ୍ଟ୍ରିରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସଫଳ ହେଉଛନ୍ତି ।

 

View this post on Instagram

 

A post shared by Netflix India (@netflix_in)

Get real time updates directly on you device, subscribe now.