fbpx

ଜୁଲାଇ ୧୦ ସୁଦ୍ଧା ପ୍ରକାଶ ପାଇବ CUET-UG ରେଜଲ୍ଟ- ରିପୋର୍ଟ

Advertisement

ନୂଆଦିଲ୍ଲୀ: କମନ୍ ୟୁନିଭରସିଟି ଏଣ୍ଟ୍ରାନ୍ସ ଟେଷ୍ଟ (ସିୟୁଇଟି)- ଅଣ୍ଡର ଗ୍ରାଜୁଏଟର ଆସନର କି’ ଖୁବଶୀଘ୍ର ଜାରି କରାଯିବ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ)ର ଅଫିସିଆଲ ୱେବସାଇଟରେ ଚଳିତ ସପ୍ତାହରେ ସିୟୁଇଟି-ୟୁଜି ଆନସର କି’ ଜାରି ହେବ । ମେ ୧୫ରୁ ୨୯ ମଧ୍ୟରେ ପରୀକ୍ଷା ଦେଇଥିବା ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ https://exams.nta.ac.in/CUET-UG/ କୁ ଯାଇ ନିଜର ସ୍କୋର ଚେକ୍ କରିପାରିବେ ।

ରିପୋର୍ଟ ମୁତାବକ, ସିୟୁଇଟିୟୟ-ୟୁଜି ରେଜଲ୍ଟ ଜୁଲାଇ ୧୦ ସୁଦ୍ଧା ଜାରି କରାଯିବ । ରେଜଲ୍ଟ ଘୋଷଣା ହେବା ପୂର୍ବରୁ ପ୍ରାର୍ଥୀ ଆନସର କି’କୁ ନେଇ ଅଭିଯୋଗ ଉଠାଇବାକୁ ସୁଯୋଗ ଦିଅଯିବ । ଗତବର୍ଷ ସିୟୁଇଟି-ୟୁଜି ପ୍ରୋଭିଜନାଲ ଆନସର କୀ’ ଜୁନ ୨୯ରେ ଜାରି କରାଯାଇଥିଲା । ତା’ପରେ ଆନସର କୀ’ର ତ୍ରୁଟିକୁ ନେଇ ଅନେକ ଛାତ୍ରଛାତ୍ରୀ ଅଭିଯୋଗ ଆଣିଥିଲେ । ତେଣୁ ଗତବର୍ଷ ଜୁଲାଇ ୩ରେ ଏନଟିଏ ପୁଣି ଥରେ ଆନସର କୀ’ ଜାରି କରିଥିଲା । ସୂଚନାଯୋଗ୍ୟ ଯେ, ରାଷ୍ଟ୍ରୀୟ ରାଜଧାନୀରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଓ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ ସହିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟମାନଙ୍କରେ ପ୍ରବେଶ ପାଇଁ ସିୟୁଇଟି-ୟୁଜି ରେଜଲ୍ଟ ଜରୁରୀ ଅଟେ । ଚଳିତ ସପ୍ତାହରେ ରେଜଲ୍ଟ ପ୍ରକାଶ ପାଇବାର ଅଧିକ ସମ୍ଭାବନା ରହିଛି । ଏନେଇ ଗତ ମାସ ୨୩ ତାରିଖରେ ଏନଟିଏ ପକ୍ଷରୁ କୁହାଯାଇଥିଲା ।

Get real time updates directly on you device, subscribe now.