fbpx

ଜୀବନନେଇଥିବା ‘ଅଭିଶପ୍ତ ଚୌକି’; ଯିଏ ବସିଛି ସିଏ ମରିଛି !

ନୂଆଦିଲ୍ଲୀ: ବ୍ରିଟେନରେ ଏପରି ଏକ ଚୌକି ଅଛି, ଯାହାର ନାମ ‘ଡେଥ୍ ଚେୟାର’ ରଖାଯାଇଛି । ଅର୍ଥାତ ଏହି ଚୌକିରେ ଯିଏ ବି ବସିଥିଲେ ତାଙ୍କର ମୃତ୍ୟୁ ହୋଇଯାଇଥିବା କୁହାଯାଉଛି । ଉତ୍ତର ୟର୍କଶାୟାରର ଥୋମାସ୍ ବଜବି ନାମରେ ଜଣେ ବ୍ୟକ୍ତି ଥିଲେ । ତାଙ୍କର ଜଣେ ସାଥୀ ଥିଲେ ଯାହାଙ୍କ ନାମ ଡେନିଏଲ ଓଟି ରହିଥିଲା । ଏ ଦୁହେଁ ନକଲି କଏନ ବେଆଇନ ଭାବେ ତିଆରି କରୁଥିଲେ । ଡେନିଏଲ ଥୋମାସଙ୍କ କେବଳ ଯେ, ସାଥୀ ଥିଲେ ତାହା ନୁହେଁ, ଥୋମାସ ତାଙ୍କ ଝିଅ ଏଲିଜାବେଥଙ୍କୁ ବିବାହ ମଧ୍ୟ କରିଥିଲେ । ଫଳରେ ଦୁହେଁ ଶ୍ୱଶୁର ଓ ଜ୍ୱାଇଁ ହୋଇଯାଇଥିଲେ । ଏହାପରେ ଦୁହେଁ ଯେଉଁଆଡେ ବି ଯାଅନ୍ତି ସାଥୀ ହୋଇ ଯାଇଥାଆନ୍ତି । ଆଉ ପ୍ରତିଦିନ ଏକ ସ୍ଥାନକୁ ଯାଇ ମଦ ପିଇଥାଆନ୍ତି । ସେହ ସମୟରେ ଥୋମାସ ଏକ ଚୌକିରେ ବସନ୍ତି । ଯେଉଁଥିରେ ସେ କାହାରିକୁ ମଧ୍ୟ ବସାଇ ଦିଅନ୍ତି ନାହିଁ । ଯଦି ବି କିଏ କେବେ ଭୁଲରେ ସେ ଚୌକିରେ ବସିଥାଆନ୍ତି ଥୋମାସ ତାଙ୍କୁ ହଟାଇ ଦେଇ ନିଜେ ବସି ଯାଆନ୍ତି ।

ସୂଚନା ଅନୁସାରେ, ଏକଦା ଥୋମାସ ଏବଂ ଡେନିଏଲଙ୍କ ମଧ୍ୟରେ କୌଣସି କାରଣରୁ ନେଇ ଝଗଡ଼ା ହୋଇଯାଇଥିଲା । ଫଳରେ ଥୋମାସକୁ ଚିଡ଼ାଇବା ପାଇଁ ଡେନିଏଲ ତାଙ୍କ ଚୌକି ଉପରେ ବସି ପଡ଼ିଥିଲେ । କିନ୍ତୁ ଥୋମାସ୍ ଏଥିପାଇଁ ଏତେ ରାଗିଗଲେ ଯେ ସେ ତାଙ୍କ ଶ୍ୱଶୁରଙ୍କ ଜୀବନ ନେଇଗଲେ । ଏହି ହତ୍ୟା ପରେ ତାଙ୍କ ଉପରେ ମାମଲା ରୁଜୁ ହୋଇଥିଲା । ଆଉ ୧୭୦୪ ମସିହାରେ ତାଙ୍କୁ ଫାଶି ମଧ୍ୟ ହୋଇଯାଇଥିଲା । ମରିବା ପୂର୍ବରୁ ଥୋମାସ ଅଭିଶାପ ଦେଇଥିଲେ, ଯିଏ ଏହି ଚୌକିରେ ବସିବ ସେ ମରିଯିବ । ସେତେବେଳେ ଲୋକମାନେ ତାଙ୍କ ଅଭିଶାପକୁ ଗମ୍ଭୀରତାର ସହ ନେଇ ନଥିଲେ । ଲୋକମାନେ ଏହା ଉପରେ ବସିବାରେ ଭୁଲ୍ କରିବାକୁ ଲାଗିଲେ ଏବଂ କୌଣସି ନା କୌଣସି କାରଣରୁ ସେମାନଙ୍କ ଜୀବନ ଗଲା ।

ତେବେ ସେମାନଙ୍କ ଜୀବନ ଏହି ଚୌକିରେ ବସିବା ହେତୁ ଯାଇଛି ନା ଅନ୍ୟ କୌଣସି କାରଣରୁ ଯାଇଛି ସେ କଥା ଆଜିଯାଏଁ ମଧ୍ୟ ସ୍ପଷ୍ଟ ହୋଇ ପାରିନାହିଁ । କିନ୍ତୁଏସବୁ ଘଟଣା ପରେ ଶେଷରେ ଚୌକିକୁ ଏକ ସ୍ଥାନୀୟ ସଂଗ୍ରହାଳୟକୁ ଦେଇ ଦିଆଗଲା । ଥିରସ୍କ ସଂଗ୍ରହାଳୟରେ ଏହି ଚୌକିକୁ ତଳେ ରଖିବା ପରିବର୍ତ୍ତେ ଛାତରେ ଟଙ୍ଗାଯାଇଛି । ଆଉ ଏହି ଚୌକିକୁ ଏକ ଅଭିଶପ୍ତ ଚୌକି କହି ତାର ଅଭିଶାପ କାହାଣୀ ମଧ୍ୟ ଲେଖାଯାଇଛି ।

Get real time updates directly on you device, subscribe now.