fbpx

ବଣିଆ ବାଣ ବିସ୍ଫୋରଣ ଆତଙ୍କ: ୨ରେ ପହଁଚିଲା ମୃତ୍ୟୁ ସଂଖ୍ୟା

କଟକ: କେନ୍ଦ୍ରାପଡା ଜିଲ୍ଲା ବାଲିଆ ବଣ ବିସ୍ଫୋରଣ ଘଟଣାରେ ଆହତଙ୍କ ଅବସ୍ଥା ଗୁରୁତର ହେବାକୁ ଲାଗିଛି । କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିବା ୩୪ଜଣଙ୍କ ମଧ୍ୟରୁ ଆଜି ଜଣକର ମୃତ୍ୟୁ ଘଟିଛି । ତା ମଧ୍ୟରୁ ୨ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନରେ ଅଛି । ସେମାନଙ୍କୁ ଭେଣ୍ଟିଲେଟରରେ ରଖାଯିବା ସହ ୮ଜଣଙ୍କୁ ଅଇସିୟୁରେ ରଖାଯାଇଛି । ଏହାଛଡା ୨୩ଜଣ ସର୍ଜରି ୱାର୍ଡରେ ଚିକିତ୍ସିତ ହେଉଛନ୍ତି । ଏମାନଙ୍କ ମଧ୍ୟରୁ ୨ରୁ ୩ଜଣ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଅଛି ।

ସୂଚନା ମୁତାବକ, କାର୍ତ୍ତିକେଶ୍ୱର ଭଷାଣ ଶୋଭାଯାତ୍ରାରେ ବାଣ ଫୁଟି ୪୦ ଆହାତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୬ଜଣ ଅଳ୍ପ ଆହତ ହୋଇଥିଲେ । ୩୪ଜଣଙ୍କୁ ବଡ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ପ୍ରଥମେ ଏଥିରୁ ଜଣଙ୍କର ମୃତ୍ୟୁ ଘଟିଥିଲା । ବର୍ତ୍ତମାନ ଅନ୍ୟ ଜଣଙ୍କ ମୃତ୍ୟୁ ଘଟି, ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ପାଇଛି । କଟକ ବଡ ମେଡ଼ିକାଲ କଥା କହିଲେ, ପ୍ଲାଷ୍ଟିକ ବର୍ଣ୍ଣ ବିଭାଗ ଆଇସିୟୁରେ ୯ଟି ବେଡ ଅଛି, ହେଲେ ଏହା ସବୁ ଭର୍ତ୍ତି ହୋଇଯାଇଛି । ଯଦିଓ ଅନ୍ୟ ବିଭାଗରେ ଆଇସିୟୁରେ ବେଡ ଅଛି, ଜଳିଯାଇଥିବା ରୋଗୀଙ୍କୁ ଏକାଠି ଚିକିତ୍ସା କରାଇଲେ ସଂକ୍ରମଣର ଆଶଙ୍କା କରାଯାଉଛି । ତେବେ ଆଇସିୟୁ ନଥିବା କାରଣରୁ ଏମାନଙ୍କୁ ଓର୍ଡରେ ଚିକିତ୍ସା କରାଯାଉଛି ।

ଦେଖିବାକୁ ଗଲେ, ରାଜ୍ୟର ଏକମାତ୍ର ସରକାରୀ ମେଡିକାଲ ହେଉଛି କଟକ ବଡ ମେଡିକାଲ । ସ୍ୱତନ୍ତ୍ର ବର୍ଣ୍ଣ ବିଭାଗ ଓ ଆଇସିୟୁ ଥିବାରୁ ଅନେକ ରୋଗୀ ଏଠାକୁ ଚିକିତ୍ସିତ ହେବାକୁ ଆସୁଛନ୍ତି । ଏହି ୯ଟି ବର୍ଣ୍ଣ ଆଇସିୟୁକୁ ଗତମାସରେ ସ୍ୱାସ୍ଥ୍ୟମନ୍ତ୍ରୀ ଲୋକାର୍ପଣ କରିଥିଲେ । ନଚେତ ସବୁ ରୋଗୀ ସେଣ୍ଟ୍ରାଲ, ଟ୍ରମା ଓ ଅନ୍ୟ ଆଇସିୟୁରେ ଭରଷା କରୁଥିଲେ । ଏନେଇ ଏସସିବି ଅଧିକାରୀ ଭୁବନାନନ୍ଦ ମହାରଣା କହିଛନ୍ତି ଯେ, ମେଡିକାଲରେ ଆଇସିୟୁର ଅଭାବ ନାହିଁ । ଯଦି ସେମିତି କିଛି ଆଇସିୟୁର ଆବଶ୍ୟକ ପଡେ ତେବେ ସେମାନଙ୍କୁ ଅନ୍ୟ ବିଭାଗର ଆଇସିୟୁକୁ ପଠାଯିବ ଏବଂ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ଦିଆଯିବା ନେଇ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.