fbpx

ଟି-୨୦ ବିଶ୍ୱକପରେ ଇତିହାସ: ହ୍ୟାଟ୍ରିକ ସହିତ କ୍ୟାମ୍ପରଙ୍କୁ ୪ ୱିକେଟ

ନୂଆଦିଲ୍ଳୀ: ଆର୍ୟାଲାଣ୍ଡ ଦ୍ରୁତ ବୋଲର କର୍ଟିସ୍ କ୍ୟାମ୍ପର ଟି-୨୦ ବିଶ୍ୱକପରେ ଇତିହାସ ରଚିଛନ୍ତି । ସୋମବାର କର୍ଟିସ ପ୍ରଥମ ଆର୍ୟାଲାଣ୍ଡ ଖେଳାଳି ଭାବରେ ହ୍ୟାଟ୍ରିକ୍ ଅର୍ଜନ କରିଥିବା ବେଳେ ୪ ବଲରେ ୪ ୱିକେଟ ନେବାର କ୍ତୃତିତ୍ୱ ହାସଲ କରିଛନ୍ତି ।ଆବୁଧାବିରେ ନେଦରଲାଣ୍ଡସ ବିପକ୍ଷ ଓପନିଂ ମ୍ୟାଚରେ କର୍ଟିସ ଲଗାତାର ୪ ବଲରେ ୪ ୱିକେଟ ନେଇଥିଲେ । ଟି-୨୦ ଇତିହାସରେ ଦ୍ୱିତୀୟ ବୋଲର ଭାବରେ ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି କର୍ଟିସ । ମ୍ୟାଚର ୧୦ମ ଓଭର ବୋଲିଂ କରୁଥିବା କର୍ଟିସ ଲଗାତାର ବଲରେ କଲିନ୍ ଏକରମେନ୍, ର୍ୟାନ ଟେନ ଡୋଶ୍ଚାଟେ, ସ୍କଟ ଏଡୱାର୍ଡସ ଓ ରିଓଲ୍ଫ ଭାନ ଡର ମରୱେଙ୍କ ୱିକେଟ ଅକ୍ତିଆର କରିଥିଲେ । ୨୦୦୭ରେ ସାଉଥ ଆଫ୍ରିକା ଏବଂ ୨୦୧୯ ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଏହି କୃତିତ୍ୱ ହାସଲ କରିଥିଲେ ମାଲିଙ୍ଗା ।

କର୍ଟିସଙ୍କ ଏହି ସଫଳତା ବଳରେ ନେଦରଲ୍ୟାଣ୍ଡସ ମାତ୍ର ୧୦୬ ରନରେ ଅଲଆଉଟ ହୋଇଥିବା ବେଳେ ୩ୱିକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲା ଆୟାର୍ଲାଣ୍ଡ । ଗାରେଥ୍ ଡେଲାନୀ ୨୯ ବଲରୁ ୪୪ ରନ ସଂଗ୍ରହ କରି ଦଳକୁ ୨୯ ବଲ ପୂର୍ବରୁ ବିଜୟୀ କରାଇଥିଲେ ।

Get real time updates directly on you device, subscribe now.