fbpx
BJD SKY
BJD SKY

ବ୍ୟାଙ୍କ ପକ୍ଷରୁ ବଡ଼ ଘୋଷଣା: ସ୍ଥାୟୀ ଜମା ଉପରେ ଗ୍ରାହକଙ୍କୁ ମିଳିବ ୯ ପ୍ରତିଶତ ସୁଧ

BJD

ନୂଆଦିଲ୍ଲୀ: ଗ୍ରାହକମାନେ ସର୍ବଦା ଉତ୍ତମ ନିବେଶ ସନ୍ଧାନରେ ରହିଥାନ୍ତି । କେଉଁଠି ଅର୍ଥକୁ ନିବେଶ କଲେ ଅର୍ଥ ସୁରକ୍ଷିତ ରହିବ, କେଉଁଠି ନିବେଶ କଲେ ଅଧିକ ସୁଧ ମିଳିବ ସେନେଇ ଗ୍ରାହକମାନେ ସର୍ବଦା ଚିନ୍ତିତ ରହିଥାନ୍ତି । ତେବେ ଗ୍ରାହକଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ବ୍ୟାଙ୍କମାନେ ନିୟମିତ ବ୍ୟବଧାନରେ ବଢ଼ିଆ ଅଫର ସବୁ ଲଞ୍ଚ କରିଥାନ୍ତି । ତେବେ ଆଜିକାଲି ମାର୍କେଟରେ ବିଭିନ୍ନ ପ୍ରକାର ନିବେଶ ବିକଳ୍ପ ରହିଥିଲେ ହେଁ ବ୍ୟାଙ୍କ ସ୍ଥାୟୀ ଜମା (ଏଫଡି) ଏକ ବଢ଼ିଆ ବିକଳ୍ପ । ଏଥିରେ ନିବେଶ କଲେ ଆପଣଙ୍କର ଅର୍ଥ ସର୍ବଦା ସୁରକ୍ଷିତ ରହିଥାଏ । ଆପଣମାନେ ଏଫଡିରେ ନିବେଶ କରି ୯ ପ୍ରତିଶତ ସୁଧ ପାଇପାରିବେ ।

୧- ସୂର୍ଯ୍ୟୋଦୟ ସ୍ମଲ ଫାଇନାନ୍ସ ବ୍ୟାଙ୍କ ୪ ପ୍ରତିଶତରୁ ଅରମ୍ଭ କରି ୮.୬୦ ପ୍ରତିଶତ ସୁଧ ପ୍ରଦାନ କରୁଛି । ୨-୩ ବର୍ଷର ଅବଧି ପାଇଁ ନିବେଶ କରି ଆପଣମାନେ ୮.୬୦ ପ୍ରତିଶତ ଉଚ୍ଚ ସୁଧହାର ପାଇ ପାରିବେ ।

୨- ୟୁନିଟି ସ୍ମଲ ଫାଇନାନ୍ସ ବ୍ୟାଙ୍କ ଅଲଗା ଅଲଗା ଅବଧି ଉପରେ ୪.୫୦ ପ୍ରତିଶତରୁ ଆରମ୍ଭ କରି ୯ ପ୍ରତିଶତ ପର୍ଯ୍ୟନ୍ତ ସୁଧ ଦେଉଛି । ବ୍ୟାଙ୍କ ପକ୍ଷରୁ ୧୦୦୧ ଦିନିଆ ଅବଧି ବିଶିଷ୍ଟ ଏଫଡି ଉପରେ ୯ ପ୍ରତିଶତ ସୁଧ ପ୍ରଦାନ କରାଯାଉଛି ।

୩- ଫିନକେୟାର ସ୍ମଲ ଫାଇନାନ୍ସ ବ୍ୟାଙ୍କ ୭ ଦିନରୁ ଆରମ୍ଭ କରି ୧୦ ବର୍ଷିଆ ଏଫଡିରେ ୩ରୁ ୮.୬୧ ପ୍ରତିଶତ ସୁଧ ପ୍ରଦାନ କରୁଛି । ସେହିପରି ୭୫୧ ଦିନଠାରୁ ଆରମ୍ଭ କରି ୨.୫ ବର୍ଷିଆ ଏଫଡିରେ ୮.୧୫ ପ୍ରତିଶତ ସୁଧ ପ୍ରଦାନ କରାଯାଉଛି ।

୪- ଇଏସଏଏଫ ସ୍ମଲ ଫାଇନାନ୍ସ ବ୍ୟାଙ୍କ ୧୦ ବର୍ଷିଆ ଏଫଡି ଉପରେ ୮.୫୦ ପ୍ରତିଶତ ସୁଧ ପ୍ରଦାନ କରୁଛି । ଗତ ଏପ୍ରିଲ ମାସ ୧୪ ତାରିଖରୁ ବ୍ୟାଙ୍କ ଏହାକୁ ଲାଗୁ କରିଛି ।

୫- ଜନ ସ୍ମଲ ଫାଇନାନ୍ସ ବ୍ୟାଙ୍କ ପକ୍ଷରୁ ଅଲଗା ଅଲଗା ଅବଧି ପାଇଁ ୩ରୁ ୮.୫୦ ପ୍ରତିଶତ ସୁଧ ପ୍ରଦାନ କରାଯାଉଛି । ୨ରୁ ୩ ବର୍ଷ ପର୍ଯ୍ୟନ୍ତ ନିବେଶ କରି ଆପଣମାନେ ହାଇ ରିଟର୍ଣ୍ଣ ପାଇ ପାରିବେ ।

Get real time updates directly on you device, subscribe now.