fbpx

ରେଷ୍ଟୁରାଣ୍ଟରେ ଖାଇବା ପରେ ଗ୍ରାହକମାନେ ସର୍ଭିସ୍ ଚାର୍ଜ ଦେବାକୁ ବାଧ୍ୟ ନୁହନ୍ତି, ଲାଗୁ ହେବ କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିୟମ

Advertisement

ନୂଆଦିଲ୍ଲୀ: ଯଦି ଆପଣମାନେ ରେଷ୍ଟୁରାଣ୍ଟରେ ଖାଇବାକୁ ପସନ୍ଦ କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର । ଏଣିକି ଆପଣଙ୍କୁ ରେଷ୍ଟୁରାଣ୍ଟରେ ଖାଇବା ପରେ ଆଉ ସର୍ଭିସ୍ ଚାର୍ଜ ଦେବାକୁ ପଡ଼ିବ ନାହିଁ । ରେଷ୍ଟୁରାଷ୍ଟମାନେ ଗ୍ରାହକଙ୍କୁ ସର୍ଭିସ୍ ଚାର୍ଜ ଦେବା ପାଇଁ ଆଉ ବାଧ୍ୟ କରିପାରିବେ ନାହିଁ । ଏନେଇ ଆସନ୍ତା ଜୁନ ୨ ତାରିଖରେ ଏକ ବଡ଼ ବୈଠକ ଅନୁଷ୍ଠିତ ବସିବାକୁ ଯାଉଛି । ଏହି ବୈଠକରେ ହୋଟେଲ, ରେଷ୍ଟୁରାଣ୍ଟ ମାଲିକ ଓ ତତସମ୍ବନ୍ଧିତ ସଂଗଠନମାନେ ସାମିଲ ହେବେ ।

ଜଣାପଡ଼ିଛି ଯେ, ଏହି ବୈଠକରେ ଗ୍ରାହକ ବ୍ୟାପାର ମନ୍ତ୍ରଣାଳୟର ସଚିବ ଅଧ୍ୟକ୍ଷତା କରିବେ । ବୈଠକରେ ଜୋମାଟୋ, ସ୍ୱିଗି, ଦିଲ୍ଲୀଭେରି, ଜେପ୍ଟୋ, ଓଲା, ଓବର ପରି ସେବାପ୍ରଦାନକାରୀ କମ୍ପାନୀମାନେ ଯୋଗଦେବେ । ପୂର୍ବରୁ ଏନେଇ ଗ୍ରାହକ ହେଲ୍ପଲାଇନରେ ଲଗାତର ଭାବେ ଅଭିଯୋଗ ଆସୁଥିଲା । ବାରମ୍ବାର ଅଭିଯୋଗ ଆସିବା ପରେ ସରକାର ଏନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ।

ଗତ ୨୦୧୭ ଏପ୍ରିଲ ୨୧ରେ ଭାରତ ସରକାରଙ୍କ ପକ୍ଷରୁ ଏକ ଗାଇଡଲାଇନ ଜାରି କରାଯାଇଥିଲା । ଗ୍ରାହକମାନେ ସର୍ଭିସ ଚାର୍ଜ ଯୁକ୍ତ ବିଲ ପ୍ରଦାନ କରିବା ପରେ ମଧ୍ୟ ୱେରଙ୍କୁ ଅଲଗା ଟିପ୍ ଦେଇଥାନ୍ତି । ତେବେ ଖାଇବା ସାମଗ୍ରୀର ମୂଲ୍ୟ ସହିତ ସେଥିରେ ସର୍ଭିସ ଚାର୍ଜ ଯୁକ୍ତ ହୋଇଥାଏ । ତେଣୁ ଖାଇବା ପରେ ୱେଟରଙ୍କୁ ଟିପ ଦେବେ କି ନ ଦେବେ ତାହା ଗ୍ରାହକଙ୍କ ଉପରେ ନିର୍ଭର କରିଥାଏ । ତେବେ ପରବର୍ତ୍ତୀ ସମୟରେ ରେଷ୍ଟୁରାଣ୍ଟ ବିଲରେ ସର୍ଭିସ ଚାର୍ଜ ଯୋଡ଼ା ଯାଉଥିବା ନେଇ ଗ୍ରାହକମାନେ ଅଭିଯୋଗ କରିଥିଲେ । ଏହାପରେ ସରକାର ଏହି ମାମଲାକୁ ଗମ୍ଭୀରତାର ସହ ନେଇଥିଲେ ।

Get real time updates directly on you device, subscribe now.