fbpx

ସ୍ପାଇସ ଜେଟକୁ ନେଇ ଆସିଲା ଖୁସି ଖବର: ଏବେ ଫ୍ଲାଇଟରେ ଏହି ସବୁ ସୁବିଧା ପାଇବେ ଯାତ୍ରୀ

Advertisement

ନୂଆଦିଲ୍ଲୀ: ଏୟାରଲାଇନ କମ୍ପାନୀ ସ୍ପାଇସ ଜେଟ ନିଜ ଯାତ୍ରୀମାନଙ୍କୁ ଦେଇଛି ବଡ ଖୁସି ଖବର । ଏଣିକି ବିମାନରେ ଯାତ୍ରା କରୁଥିବା ଗ୍ରାହକମାନଙ୍କୁ ମିଳିବ ଆଉ ଏକ ସୁନ୍ଦର ଫାଇଦା । ଏ ନେଇ ସୂଚନା ଦେଇଛନ୍ତି ସ୍ପାଇସଜେଟର ଚେୟାରମ୍ୟାନ ଏବଂ ମ୍ୟାନେଜିଂ ଡାଇରେକ୍ଟର ଅଜୟ ସିଂହ । ଖୁବଶୀଘ୍ର ଯାତ୍ରୀମାନଙ୍କ ପାଇଁ ବିମାନରେ ବ୍ରଡବ୍ୟାଣ୍ଡ ସୁବିଧା ଉପଲବ୍ଧ ରହିବ । କମ୍ପାନୀ ଆଗାମୀ କିଛି ଦିନ ମଧ୍ୟରେ ନିଜ ବିମାନରେ ବୋଇଙ୍ଗ-୭୩୭ ମ୍ୟାକ୍ସ ମେସିନ ଲାଗୁ କରାଯିବ ।

ସୂଚନା ଅନୁସାରେ, ସ୍ପାଇସ ଜେଟ ନିକଟରେ ୯୧ଟି ବିମାନର ଫ୍ଲିଟ ରହିଛି, ଯେଉଁଥିରେ ୧୩ଟି ମ୍ୟାକ୍ସ ବିମାନ ରହିବ । ଏଥିସହ ୪୬ଟି ବୋଇଙ୍ଗ-୭୩୭ ପୁରୁଣା ସଂସ୍କରଣ ମଧ୍ୟ ମହଜୁଦ ରହିଛି । କମ୍ପାନୀର ୧୭ତମ ବାର୍ଷିକ ଉତ୍ସବରେ କର୍ମଚାରୀମାନଙ୍କୁ ଇ-ମେଲ ମାଧ୍ୟମରେ ସୂଚନା ଦେଇଛନ୍ତି । ପୂର୍ବ ଅପେକ୍ଷା ଏବେ ଫ୍ଲାଇଟ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ଆଗକୁ ଏହା ଆହୁରି ବଢିପାରେ ବୋଲି ସେ ପ୍ରକାଶ କରିଛନ୍ତି । ବୋଇଙ୍ଗ ୭୩୭ ମଧ୍ୟ ସଫଳତା ପୂର୍ବକ ଫେରିଆସିଛି । ତେଣୁ ଆଗକୁ ଖୁବ ଶୀଘ୍ର ଏୟାରଲାଇନ୍ସର ପୁରୁଣା ବିମାନକୁ ମ୍ୟାକ୍ସ ବିମାନରେ ପରିଣତ କରାଯିବ ।

ଚଳିତବର୍ଷ ନେଟୱାର୍କରେ ନୂଆ ପ୍ରଡକ୍ଟସ ଏବଂ ନୂଆ ରୁଟ ଯୋଡାଯାଉଛି । ନିକଟରେ କମ୍ପାନୀର ଲୋୟଲଟି କାର୍ଯ୍ୟକ୍ରମ ସ୍ପାଇସକ୍ଲବରେ ନିଜର କୋ-ବ୍ରାଣ୍ଡେଡ କେଡିଟ କାର୍ଡ ଲଞ୍ଚ କରିଛି । ତେବେ ଯତା ଶୀଘ୍ର ବିମାନଗୁଡିକରେ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ ସେବା ଲାଗୁ କରାଯିବ ବୋଲି ଆଶା ରଖିଛନ୍ତି ଅଜୟ ସିଂହ ।

Get real time updates directly on you device, subscribe now.