fbpx
BJD SKY
BJD SKY

ଆସନ୍ତା ବର୍ଷ ବିସିସିଆଇ ଆୟୋଜନ କରିବ ‘ମହିଳା ଆଇପିଏଲ’, ଭାଗନେବେ ୬ଟି ଟିମ୍

BJD

ନୂଆଦିଲ୍ଲୀ: କ୍ରୀଡ଼ାପ୍ରେମୀଙ୍କ ପାଇଁ ଏକ ଖୁସି ଖବର । ପୁରୁଷଙ୍କ ପରି ଏବେ ମହିଳାଙ୍କ ପାଇଁ ଆୟୋଜନ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) । ଗତ ୨୦୧୮ରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମହିଳା ଟି-୨୦ ଚ୍ୟାଲେଞ୍ଜ ଆଂଶିକ ଭାବେ ଆୟୋଜନ କରି ଆସୁଥିଲା । ମାତ୍ର ଏବେ ପୂର୍ଣ୍ଣାଙ୍ଗ ରୂପରେ ମହିଳା ଆଇପିଏଲ ଆସନ୍ତା ୨୦୨୩ରୁ ଆରମ୍ଭ ହେବ । ତେବେ ବିସିସିଆଇ ଛଅଟି ଟିମକୁ ନେଇ ଏହି ମେଗା ଇଭେଣ୍ଟର ଆୟୋଜନ କରିବ ବୋଲି କୁହାଯାଉଛି ।

ତେବେ ମହିଳା ଟି-୨୦ ଚ୍ୟାଲେଞ୍ଜ ଏଣିକି ମହିଳା ଆଇପିଏଲ ଭାବରେ ପରିଗଣିତ ହେବ । ଗତ ୨୦୨୦ରେ ମହିଳା ଟି-୨୦ ଚ୍ୟାଲେଞ୍ଜର ସଂସ୍କରଣ ଆୟୋଜିତ ହୋଇଥିଲା । ଏହାପରେ ବିସିସିଆଇ ଏବେ ତିନୋଟି ଟିମକୁ ନେଇ ମହିଳା ଟି-୨୦ ଚ୍ୟାଲେଞ୍ଜ ଆୟୋଜନ କରିଛି । ଏହି ତିନୋଟି ଟିମ୍ ମଧ୍ୟରେ ରହିଛନ୍ତି ଆଇପିଏଲ ସୁପରନୋଭା, ଆଇପିଏଲ ଟ୍ରେଲବ୍ଲେଜର୍ସ ଓ ଆଇପିଏଲ ଭେଲୋସିଟି । ମେ ୨୩ରୁ ୨୮ ମଧ୍ୟରେ ଏହି ଟିମଗୁଡ଼ିକ ମ୍ୟାଚ ଖେଳିବେ ।

ଆଇପିଏଲ ସୁପରନୋଭର ଅଧିନାୟିକା ହରମନପ୍ରୀତ କୌର, ଆଇପିଏଲ ଟ୍ରେଲବ୍ଲେଜର୍ସର ଅଧିନାୟିକା ସ୍ମୃତି ମନ୍ଧାନା ଓ ଆଇପିଏଲ ଭେଲୋସିଟିର ଅଧିନାୟିକା ଦୀପ୍ତି ଶର୍ମା ରହିଛନ୍ତି । ଏପରି ଭାବେ ତିନୋଟି ଟିମର ଦାୟିତ୍ୱ ତିନି ଭାରତୀୟ ଖେଳାଳିଙ୍କ ଉପରେ ନ୍ୟସ୍ତ ରହିଛି ।

Get real time updates directly on you device, subscribe now.