fbpx

କାହିଁକି ଏମିତି କହିଲେ ସୁରେଶ ରାଇନା?: ଚେନ୍ନାଇ ବଦଳରେ ଫାଇନାଲରେ ଏହି ଟିମ ପାଇଁ କଲେ ପ୍ରାର୍ଥନା

ମୁମ୍ବାଇ: ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଇଣ୍ଡିଆନ ପ୍ରିମିୟର ଲିଗର ୧୫ତମ ସଂସ୍କରଣ । ଏବେ ଫାଇନାଲକୁ ନେଇ ଖେଳାଳି ଏବଂ କ୍ରିକେଟପ୍ରେମୀମାନଙ୍କ ମନରେ ଉତ୍ସାହ । ତେବେ କିଏ ପିନ୍ଧିବ ଚଳିତ ସିଜନର ବିଜୟ ମୁକୁଟ, ତାକୁ ନେଇ ଜୋର ଧରିଛି ଚର୍ଚ୍ଚା । ଏହି ପ୍ରଶ୍ନର ଉତ୍ତରରେ ଏକ ବଡ ମନ୍ତବ୍ୟ ଦେଇଛନ୍ତି ସୁରେଶ ରାଇନା ।

ପ୍ଲେଅଫରେ ନିଜ ଜାଗା ବନାଇଥିବା ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର ଏଥର ଚମ୍ପିଆନ ହେଉ ବୋଲି କହିଛନ୍ତି ରାଇନା । ତେବେ ଏମିତି ହେଲେ ଏଲିମିନେଟର , କ୍ୱାଲିଫାୟାର ଏବବଂ ଫାଇନାଲ ଭାବରେ ୩ଟି ମ୍ୟାଚ ଖେଳିବାକୁ ପଡିବ । ସେ କହିଛନ୍ତି ଯେ, ମୁଁ ଚାହୁଁଛି ଯେ ଚଳିତ ସିଜନରେ ବାଙ୍ଗାଲୋର ହିଁ ଚମ୍ପିଆନ ହେଉ । ବିରାଟ କୋହଲିଙ୍କ ପାଇଁ ୨୦୨୨ର ଟ୍ରଫି ନିଜ ନାମରେ କରିବା ଆବଶ୍ୟକ ବୋଲି ରାଇନା ସ୍ପଷ୍ଟ କରିଛନ୍ତି ।

ତେବେ ୨୦୨୨ ସିଜନର ବିଜୟ ମୁକୁଟ ପିନ୍ଧିବା ପାଇଁ ଆରସିବିକୁ ପ୍ରଥମ ଏଲିମିନେଟର୧, କ୍ୱାଲିଫାୟାର ଏବଂ ଫାଇନାଲ ମ୍ୟାଚ ଖେଳାଯିବ । ତେବେ ତିନୋଟି ମ୍ୟାଚ ବିଜୟ ହାସଲ କରିପାରିଲେ ହିଁ ଦଳ ସିଜନରେ ଚମ୍ପିଆନ ହୋଇ ପାରିବ ବୋଲି ରାଇନା ପ୍ରକାଶ କରିଛନ୍ତି । ତେବେ ଏହି ଯାତ୍ରା କଷ୍ଟକର ହୋଇଥିଲେ ବି ଅସମ୍ଭବ ନୁହେଁ ।

Get real time updates directly on you device, subscribe now.