fbpx
BJD SKY
BJD SKY

ଶରତ ପଟ୍ଟନାୟକ ହେଲେ ପିସିସି ସଭାପତି

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ସଭାପତିଙ୍କ ନାମ ଘୋଷଣା କରାଯାଇଛି । ପିସିସି ସଭାପତି ପଦ ପାଇଁ ଦୀର୍ଘଦିନ ଧରି ବହୁ ଆଶାୟୀଙ୍କ ନାମ ଚର୍ଚ୍ଚା ହେଉଥିଲା । ତେବେ ଶେଷରେ ପିସିସି ସଭାପତିଙ୍କ ନାମ ଘୋଷଣା କରିଛନ୍ତି କଂଗ୍ରେସ ହାଇକମାଣ୍ଡ ।

ସଦ୍ୟ ରିପୋର୍ଟ ମୁତାବକ, ନୂଆ ପିସିସି ସଭାପତି ଭାବେ ଶରତ ପଟ୍ଟନାୟକ ନିଯୁକ୍ତ ହୋଇଛନ୍ତି । ଶରତଙ୍କ ନାମ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ପକ୍ଷରୁ ଘୋଷଣା କରାଯାଇଛି । ନୂଆ ପିସିସି ସଭାପତି ଚୟନ ନେଇ ଏଆଇସିସି ପକ୍ଷରୁ ଏକ ପ୍ରେସ୍ ରିଲିଜ୍ କରାଯାଇଛି । ପିସିସି ସଭାପତି ପଦ ପାଇଁ ରାଜ୍ୟର ଏକାଧିକ ନେତାଙ୍କ ନାମ ରେସରେ ରହିଥିଲା । ମାତ୍ର ଶେଷରେ ଶରତଙ୍କ ମୁଣ୍ଡରେ ହାଇକମାଣ୍ଡ ସୁନାକଳସ ଢାଳିଛନ୍ତି । ଶରତଙ୍କ ନେତୃତ୍ୱରେ ରାଜ୍ୟ କଂଗ୍ରେସ ଆଗକୁ ବଢ଼ିବ ବୋଲି ଆଶା କରାଯାଉଛି ।

ସୂଚନାଯୋଗ୍ୟ ଯେ, ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁର ବିଧାନସଭା ନିର୍ବାଚନରେ କଂଗ୍ରେସ ଶୋଚନୀୟ ଭାବେ ପରାଜୟ ବରଣ କରିଥିଲା । ଏହାପରେ ଉକ୍ତ ପାଞ୍ଚଟି ରାଜ୍ୟର ପିସିସି ମୁଖିଆଙ୍କୁ ଇସ୍ତଫା ପାଇଁ ହାଇକମାଣ୍ଡ ନିର୍ଦ୍ଦେଶ ଦେଇଥିଲେ । ସେ ସମୟରେ ଓଡ଼ିଶା ପିସିସି ଦାୟିତ୍ୱରେ ଥିବା ନିରଞ୍ଜନ ପଟ୍ଟନାୟକଙ୍କ ଆଖକୁ ଏଆଇସିସି ପକ୍ଷରୁ ଏକ ଚିଠି ଆସିଥିଲା । ଉକ୍ତ ଚିଠି ପରେ ପିସିସି ପରିବର୍ତ୍ତନ ନେଇ ଚାରିଆଡ଼େ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏହାପରେ ରାଜ୍ୟର ବହୁ ବିଧାୟକ ଦିଲ୍ଲୀ ଗସ୍ତ କରି ହାଇକମାଣ୍ଡଙ୍କ ସହିତ ପିସିସି ଚୟନ ନେଇ ଆଲୋଚନା କରିଥିଲେ ।

ତେବେ ନୂଆ ଦାୟିତ୍ୱ ଗ୍ରହଣ କରିବା ପରେ ଶରତ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କୁ କୃତଜ୍ଞତା ଜଣାଇଛନ୍ତି । ମିଳିମିଶି କଂଗ୍ରେସ ସଂଗଠନକୁ ମଜବୁତ କରିବା ସହ ୨୦୨୪ ପାଇଁ ରଣନୀତି ପ୍ରସ୍ତୁତ କରିବେ ବୋଲି ଶରତ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

Get real time updates directly on you device, subscribe now.