fbpx

ଏହି ଖେଳାଳିଙ୍କୁ ଚୟନ କରିବା ଉଚିତ ଥିଲା: ବିସିସିଆଇର ଚୟନ କମିଟି ଉପରେ ରାଗିଗଲେ ସେହୱାଗ ଓ ହରଭଜନ

Advertisement

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇସାରିଛି । ଏହି ଦଳରେ ଅନେକ ନୂଆ ଚେହେରା ପଦାର୍ପଣ କରୁଥିବା ବେଳେ ଅନେକ ଖେଳାଳି ଦଳକୁ କମବ୍ୟାକ କରୁଛନ୍ତି । ତେବେ ଏମିତି ଜଣେ ଖେଳାଳିଭ୍କ ଚୟନକୁ ନେଇ ଏବେ ଟିମ ଇଣ୍ଡିଆରେ ଉଠିଛି ଝଡ । IPLରେ ଜବରଦସ୍ତ ପ୍ରଦର୍ଶନ ପରେ ମଧ୍ୟ ସିରିଜ ପାଇଁ ଟିମରେ ସ୍ଥାନ ନ ମିଳିବାରୁ ଭାରତୀୟ ଦଳର ପୂର୍ବତନ ଖେଳାଳି ଚୟନ କମିଟି ଉପରେ ଅସନ୍ତୋଷ ଜାହିର କରିଛନ୍ତି ।

Tripathy knocking on the door for India call-up | SuperSport

ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ୧୪ ମ୍ୟାଚରେ ୪୧୩ ରନ କରି ଟିମ ଇଣ୍ଡିଆ ପାଇଁ ଚୟନ ହେବାର ଦାବିଦାର ହୋଇଥିଲେ ରାହୁଲ ତ୍ରିପାଠୀ । କିନ୍ତୁ ତାଙ୍କୁ ଦଳରେ ସାମିଲ କରା ନ ଯିବାରୁ ଭାରତର ପୂର୍ବତନ ଖେଳାଳି ବିରେନ୍ଦ୍ର ସେହୱାଗ ଏବଂ ହରଭଜନ ସିଂହ ଚୟନ କମିଟି ଉପରେ ଆଙ୍ଗୁଠି ଉଠାଇଛନ୍ତି । ଟ୍ୱିଟରରେ ହରଭଜନ ଲେଖିଛନ୍ତି ଯେ, ଟିମରେ ରାହୁଲ ତ୍ରିପାଠୀଙ୍କୁ ନ ଦେଖି ମୁଁ ବହୁତ ନିରାଶ, ସେ ଏହି ସୁଯୋଗର ଅଧିକାରୀ ଥିଲେ ।

ସେପଟେ ସେହୱାଗ ମଧ୍ୟ ରାହୁଲଙ୍କୁ ଦଳରେ ସାମିଲ କରିବା ଉଚିତ ଥିଲା ବୋଲି କହିଛନ୍ତି । ସୂର୍ଯ୍ୟକୁମାର ଯାଦବଙ୍କ ସହ ତାଙ୍କୁ ତୁଳନା କରିଛନ୍ତି ସେହୱାଗ । ଦମଦାର ପ୍ରଦର୍ଶନ ସତ୍ତେ୍ୱ ଦଳରେ ଚୟନ ନ ହେବାରୁ ରାହୁଲଙ୍କ ପାଇଁ ଦଃୁଖ ପ୍ରକାଶ କରିଛନ୍ତି ବୀରୁ । ଅନ୍ୟ ପକ୍ଷରେ ମାଥ୍ୟୁ ହେଡେନ ମଧ୍ୟ ଟି-୨୦ ବିଶ୍ୱକପରେ ରାହୁଲ ତ୍ରିପାଠୀଭ୍କୁ ଦଳରେ ସାମିଲ କରିବାକୁ ପରାମର୍ଶ ଦେଇଛନ୍ତି । ଭାରତୀୟ ଦଳର ମଧ୍ୟକ୍ରମକୁ ମଜବୁତ କରିବା ପାଇଁ ସେ ଏକ ବଡ ଅସ୍ତ୍ର ହେବେ ବୋଲି କହିଛନ୍ତି ହେଡେନ ।

Get real time updates directly on you device, subscribe now.