fbpx

(Video) ମା’ ପଛରେ ଆସୁଥିଲେ କୁକୁର ଛୁଆ, ତା’ପରେ ହେଲା କିଛି ଏମିତି… ଦେଖିଲେ ଆପଣ ବି ହସି ହସି ଗଡ଼ିଯିବେ

ପିଲାଙ୍କ ମଧ୍ୟରେ ବାପା-ମା’ଙ୍କୁ ନେଇ ସବୁବେଳେ ଡର ରହିଥାଏ । କିଛି ପିଲା ତ’ ତାଙ୍କ ସାମ୍ନାରେ ବାହାରିବାକୁ ଡରିଥାନ୍ତି । ମାତା-ପିତା ଅନେକ ସମୟରେ ପାଟିକଲେ ପିଲାମାନେ ସଙ୍ଗେ ସଙ୍ଗେ ଚୁପ୍ ହୋଇଯାନ୍ତି, ଏମିତିକି ଡରିକି ଲୁଚିଯାଇଥାନ୍ତି । ଅବଶ୍ୟ ଏବେ ସ୍ଥିତି ବଦଳିଛି, କିନ୍ତୁ ଏବେବି ବାପା-ମାଙ୍କର ଡର ପିଲାଙ୍କ ମଧ୍ୟରେ ରହିଛି । କାରଣ ବର୍ତ୍ତମାନ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏକ କୁକୁର ନିଜ ପିଲାଙ୍କୁ ପାଟି କରୁଥିବାର ଦେଖାଯାଉଛି । ସେମାନେ ସମସ୍ତେ ତା’ ପଛେ ପଛେ ଆସିବାକୁ ଚେଷ୍ଟା କରୁଥିଲେ କିନ୍ତୁ ଯେମିତି ମା’ କୁକୁର ଭୁକୁଛି ସମସ୍ତେ ଫଟାଫଟ୍ ଲୁଚି ଯାଉଛନ୍ତି । ଆଉ ଏହି ଦୃଶ୍ୟ ଏତେ ମଜାଦାର ହୋଇଛି ଯେ ଆପଣ ଦେଖିଲେ ହସି ହସି ଗଡ଼ିଯିବେ ।

ଭିଡିଓକୁ ଆଇପିଏସ ଅଧିକାରୀ ଦୀପାଂଶୁ କାବରା(Dipanshu Kabra) ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ଏହି ଭିଡିଓ ସହ ସେ ଲେଖିଛନ୍ତି ଗୋଟିଏ କୁକୁରକୁ ଦେଖି ଆପଣ ଜାଣିପାରିବେ ଯେ ମଣିଷ ହେଉ କିମ୍ବା ପଶୁ ମାତା-ପିତାଙ୍କ ଭୟ ସମସ୍ତଙ୍କୁ ରହିଥାଏ ।

ଭିଡିଓରେ ଦେଖାଯାଉଛି ଗୋଟିଏ କୁକୁର ରୋଡରେ ଛିଡ଼ା ହୋଇଛି ଏବଂ ପଛକୁ ଦେଖୁଛି । ପଛରେ ତା’ର ଅନେକ ଛୁଆ ମା’କୁ ଲୁଚି ଲୁଚି ଦେଖୁଛନ୍ତି । ସେମାନେ ମଧ୍ୟ ବୋଧ ହୁଏ ଆସିବାକୁ ଚାହୁଛନ୍ତି  । କିନ୍ତୁ ଯେମିତି ମା’ କୁକୁର ଗୋଟିଏ ଥର ଭୁକିଛି । ସବୁ ଛୁଆ ପୂରା ଲାଙ୍ଗୁଡ଼ ଜାକି ପଛକୁ ପଳାଉଛନ୍ତି । ଏମିତି ଲାଗୁଛି ସତେ ଯେମିତି ସେମାନଙ୍କୁ ଭିତରକୁ ଯିବାକୁ ମା’ ପାଟି କରୁଛି ଏବଂ ମା’ର ଶବ୍ଦ ଶୁଣି ସମସ୍ତେ ଭିତରକୁ ମଧ୍ୟ ଚାଲିଯାଉଛନ୍ତି । ସେପେଟେ ଅନେକ ଲୋକ ଏହି ଭିଡିଓରେ ଅନେକ ମଜାଦାର କମେଣ୍ଟ ମଧ୍ୟ ଦେଇଛନ୍ତି । ଦେଖନ୍ତୁ ଭିଡିଓ….

Get real time updates directly on you device, subscribe now.