fbpx

ଭିଜିଲାନ୍ସ ଜାଲରେ କଟକ ଡ୍ରେନେଜ ଡିଭିଜନର ନିର୍ବାହୀ ଯନ୍ତ୍ରୀ

କଟକ(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଲେ କଟକ ଡ୍ରେନେଜ୍ ଡିଭିଜନର ନିର୍ବାହୀ ଯନ୍ତ୍ରୀ । ସୂଚନା ଅନୁସାରେ, ନିର୍ବାହୀ ଯନ୍ତ୍ରୀ ମନୋଜ ବେହେରାଙ୍କ ଘରେ ଚଢ଼ାଉ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୪ଟି ସ୍ଥାନରେ ରେଡ୍ ହୋଇଛି । କଟକ ଓ ଭୁବେନଶ୍ୱରର ୪ଟି ସ୍ଥାନରେ ଚଢ଼ାଉ ଚାଲିଛି ।

ତେବେ କଟକ ମହାନଦୀ ବିହାରରେ ଥିବା ୨ ମହଲା କୋଠା ଘରେ ଚଢ଼ାଉ ଚାଲିଛି । କଟକର ପୈତୃକ ଘରେ ଏବଂ ଅଫିସରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍ । ଭୁବନେଶ୍ୱର ପାହାଳରେ ପତ୍ନୀଙ୍କ ନାଁରେ ଥିବା ଫ୍ଲାଟରେ ଚଢ଼ାଉ ଜାରି ରହିଛି । ଏହି ଚଢ଼ାଉ ଟିମରେ ୪ ଡିଏସପି ଏବଂ ୮ ଜଣ ଇନ୍ସପେକ୍ଟର ସାମିଲ ଅଛନ୍ତି ।

Get real time updates directly on you device, subscribe now.