fbpx
BJD SKY
BJD SKY

ବିଏମ୍‌ସି ନିର୍ବାଚନ: ବଢ଼ୁଛି ରାଜନୖେତିକ ହିଂସା, ଗଳି କନ୍ଦିରେ ଜମୁଛି ପ୍ରଚାର

BJD

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ପ୍ରଚଣ୍ଡ ତାତିରେ ବି ଜମୁଛି ପୌର ନିର୍ବାଚନ ପ୍ରଚାର । ମୁଖ୍ୟ ରାସ୍ତାଠୁ ଆରମ୍ଭ କରି ଗଳି କନ୍ଦି ପର୍ଯ୍ୟନ୍ତ ସବୁଠି କର୍ମୀଙ୍କ ଘୋ ଘା । ପ୍ରାର୍ଥୀଙ୍କ ସହ କର୍ମୀ ଘରକୁ ଘର ବୁଲି ପ୍ରଚାରରେ ନିମଗ୍ନ ପ୍ରାର୍ଥୀ । କେଉଁଠି ପ୍ରତିଶ୍ରୁତିର ବର୍ଷାତ ଆଉ କେଉଁଠି ଲୋକଙ୍କୁ ହାତ ଧରି ଭୋଟ୍‌ ଭିକ୍ଷା  । ୩ ରାଜନୈତିକ ଦଳର ପ୍ରାର୍ଥୀମାନେ ଭୋଟରଙ୍କୁ ମନାଇବା ପାଇଁ ବିଭିନ୍ନ ତରିକାରେ ଆପଣାଇବାରେ ମାହିର ।

ବିଜେଡି ପ୍ରାର୍ଥୀମାନେ ନବୀନ ସରକାରଙ୍କ ବିକାଶମୂଳକ ଯୋଜନା ସହ ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତିକୁ ଭୋଟରଙ୍କ ଆଗରେ ଉପସ୍ଥାପନ କରି ଭୋଟ୍‌ ଦେବାକୁ ଅନୁରୋଧ କରୁଥିବାବେଳେ ବିରୋଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସବ୍‌କା ବିକାଶ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକହିତକର ଯୋଜନାକୁ ଭୋଟରଙ୍କ ଆଗରେ ଉପସ୍ଥାପନ କରୁଛନ୍ତି । ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ପ୍ରଚାରରେ ଯଦିଓ ଏହି ଦୁଇ ଦଳଙ୍କ ଅପେକ୍ଷା ପଛରେ ରହିଛନ୍ତି ତଥାପି ଦଳର ତୁଙ୍ଗ ନେତାଙ୍କ ସହଯୋଗରେ ଲୋକଙ୍କୁ ଭେଟି ଭୋଟ୍‌ ଭିକ୍ଷା କରୁଥିବା ଦେଖିବାକୁ ମିଳୁଛି ।

Get real time updates directly on you device, subscribe now.