fbpx

ପୂରଣ ହେଲା ଦୀର୍ଘ ଦିନର ଦାବି: କଟକ-ପଲାସା ମେମୁ ଟ୍ରେନ୍‌ ଗୁଣପୁରକୁ ହେଲା ସମ୍ପ୍ରସାରିତ

ଗୁଣପୁର, (ଭାସ୍କର ନ୍ୟୁଜ୍‌): କଟକ-ପଲାସା ମେମୁ ଟ୍ରେନକୁ ଗୁଣପୁର ପର୍ଯ୍ୟନ୍ତ ସମ୍ପ୍ରସାରିତ ନେଇ ଦୀର୍ଘ ଦିନ ଧରି ହେଉଥିବା ଦାବି ସାକାର ହୋଇଛି । ପୂର୍ବତଟ ରେଳପଥ ବିଭାଗ ପକ୍ଷରୁ ଏନେଇ ପ୍ରକାଶିତ ବିଜ୍ଞପ୍ତି ପ୍ରକାଶ ପାଇଛି । ଦୀର୍ଘ ଦିନର ଦାବି ପୁରଣ ହୋଇଥିବାରୁ ଗଜପତି ଓ ଗୁଣପୁର ଅଞ୍ଚଳର ଲୋକଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି ।

୨୦ ତାରିଖରୁ ଏହି ଟ୍ରେନ କଟକରୁ ସନ୍ଧ୍ୟା ୫.୩୦ମିନିଟ୍‌ରେ ବାହାରି ପଲାସା, ଫୁଡି ଦେଇ ନୌପଡ଼ାରେ ରାତ୍ର ୧୦.୫୮ରେ ପହଞ୍ଚିବ । ରାତ୍ର ୧ ୨ . ୦ ୭ ମିନିଟ୍‌ରେ ପାରଳାଖେମୁଣ୍ଡିରେ ପହଞ୍ଚିବାକୁ ଥିବା ବେଳେ ସିତାପୁର, ହାଡୁଭାଙ୍ଗି, କାଶୀନଗର, ଲିହୁରି, ବଂଶଧାରା ଓ ପାଲସିଂଠାରେ ରହଣି କରି ରାତ୍ର ୧.୪୫ରେ ଗୁଣପୁରରେ ପହଞ୍ଚିବ । ପୁଣି ରାତ୍ର୨.୪୫ରେ ଗୁଣପୁରରୁ ବାହାରି ସକାଳ ୬ଟାରେ ପଲାସାରେ ପହଞ୍ଚିବା ପରେ ପୁର୍ବାହ୍ଣ ୧୦.୫୫ରେ କଟକରେ ପହଞ୍ଚିବ । ଏହି ଟ୍ରେନ ଯାତାୟତ କରିବା ଦ୍ୱାରା ଗୁଣପୁର, ଗଜପତି ଅଞ୍ଚଳର ଲୋକେ ଭୁବେନଶ୍ୱରକୁ ଯାତାୟତରେ ସୁବିଧା ପାଇବା ସହ କଟକରେ ଅଦାଲତ କାର୍ଯ୍ୟ ମଧ୍ୟ ହାସଲ କରିପାରିବେ । କଟକ- ପଲାସା ମେମୁ ଟ୍ରେନ ଚଳାଚଳ ଦାବି ନେଇ ଆନ୍ଧ୍ର-ଓଡ଼ିଶା ରେଳ ବ୍ୟବହାରିକ ସଂଘ ଓ ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ ବିଭିନ୍ନ ସମୟରେ ଦାବି ହୋଇଆସୁଥିଲା ।

Get real time updates directly on you device, subscribe now.