fbpx

ପ୍ରଥମେ ପ୍ରେମ ପରେ ପ୍ରତାରଣା ଅଭିଯୋଗ: କୋର୍ଟରେ ନାମାଞ୍ଜୁର ହେଲା ବେଲ୍‌, ଯୁବକ ଗଲେ ଜେଲ୍‌

ଲକ୍ଷ୍ମୀପୁର, (ଭାସ୍କର ନ୍ୟୁଜ୍‌): କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍‌ରେ ପୁଣି ଏକ ପ୍ରେମ ପ୍ରତାରଣା ପରେ ଯୁବତୀଙ୍କୁ ସର୍ବସମ୍ମୁଖରେ ମାଡ଼ ମାରିବା ଅଭିଯୋଗରେ ଜଣେ ବିବାହିତ ଯୁବକୁ ପୋଲିସ୍‌ ଗିରଫ କରି କୋର୍ଟ ଚାଲାଣ କରିଛି ।

ଲକ୍ଷ୍ମୀପୁର ପୋଲିସର ସୂଚନା ମୁତାବକ ମଣ୍ଡଳଗୁଡା ଗାଁର ନିରଞ୍ଜନ କନ୍ଦପାନ ଓ ପିଳପଦର ଗାଁର ଜଣେ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କକୁ ନେଇ ୨୦୨୧ ମସିହାରେ ଲକ୍ଷ୍ମୀପୁର ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ମାମଲା ପୁର୍ବରୁ ଯୁବତୀଙ୍କୁ ବିବାହ କରିବା ପ୍ରତିଶ୍ରୁତି ଦେଇ ନିରଞ୍ଜନ ଯୁବତୀଙ୍କୁ ପ୍ରେମ କରିବା ସହ ଲକ୍ଷାଧିକ ଟଙ୍କା ନେଇ ଥିଲେ । ଗତବର୍ଷ ଉକ୍ତ ଯୁବତୀଙ୍କୁ ବାହା ହେବା ପରିବର୍ତ୍ତେ ଯୁବକ ଜଣକ ଅନ୍ୟ ଏକ ଯୁବତୀକୁ ବାହା ହେବା କାରଣରୁ ସମ୍ପୃକ୍ତ ଯୁବତୀ ଥାନାର ଦ୍ୱାରସ୍ତ ହେବା ସହ ମହିଳା କମିଶନର ଦ୍ୱାରସ୍ଥ ହୋଇଥିଲେ । ଗତ ମାସରେ ଭୁବନେଶ୍ୱର ମହିଳା କମିଶନ୍‌ଙ୍କ ନିକଟରେ ଉଭୟ ହାଜର ହୋଇଥିବା ବେଳେ ମହିଳା କମିଶନ୍‌ କୁଆଡେ ଯୁବକକୁ ପ୍ରେମ କରି ପ୍ରତାରଣା କରିବା ପରେ ମଧ୍ୟ ମାମଲା ଅଦାଲତରେ ରହିଛି । କିନ୍ତୁ ଯୁବତୀଙ୍କ ଠାରୁ ବ୍ୟାଙ୍କ ଆକାଉଣ୍ଟ କରିଆରେ ଯେତିକି ଟଙ୍କା ନେଇଛ ତାହା ଅଗଷ୍ଟ ମାସ ସୁଧା ଫେରାଇବାକୁ ନିର୍ଦେଶ ଦିଆଯାଇଥିବା ଯୁବତୀ ପ୍ରକାଶ କରିଛନ୍ତି ।

ଭୁବନେଶ୍ୱରରୁ ଫେରିବା ପରେ ପୁର୍ବଶତ୍ରୁତାକୁ ନେଇ ଗତକାଲି ବ୍ଲକ ସମ୍ମୁଖରେ ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ହେବା ପରେ ଯୁବକ ଜଣକ କୁଆଡେ ସରକାରୀ କର୍ମଚାରୀଙ୍କ ସମ୍ମୁଖରେ ଯୁବତୀଙ୍କୁ ଦୁଇ ତିନି ଚାପୁଡା ମାରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିବା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ଲକ୍ଷ୍ମୀପୁର ପୋଲିସ୍‌ ଥାନା କେସ୍‌ ନମ୍ବର ୮୨/୨୦୨୨ ଦଫା ୩୪୧, ୩୪୨, ୩୫୪, ୩୨୩, ୨୯୪, ୫୦୬ ଓ ୩୫୪ (ଡି) ମାମଲା ରୁଜୁ କରି ଯୁବକକୁ କୋର୍ଟ ଚାଲାଣ କରାଯାଇଥିବା ସବ୍‌ ଇନ୍ସପେକ୍ଟର ମାନସ ପ୍ରଧାନ ପ୍ରକାଶ କରିଛନ୍ତି।

Get real time updates directly on you device, subscribe now.