fbpx

ରାଜ୍ୟଗୋଷ୍ଠୀ କ୍ରୀଡା: ହାମର ଥ୍ରୋ ଫାଇନାଲରେ ମଞ୍ଜୁବାଳା, ୨୦୦ ମିଟର ହିଟ ସେମିଫାଇନାଲରେ ଆଥଲେଟ ହିମା ଦାସ

ବର୍ମଂହାମ: ଭାରତୀୟ ମହିଳା ହାମରଥ୍ରୋର ମଞ୍ଜୁବାଳା ଏଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡାର ଫାଇନାଲ ପର୍ଯ୍ୟାୟ ପ୍ରତିଯୋଗିତା ପାଇଁ ଯୋଗ୍ୟତା ହାସଲ କରିଛନ୍ତି । କ୍ୱାଲିଫାଇଂ ରାଉଣ୍ଡରେ ମଞ୍ଜୁବାଳା ୧୧ତମ ସ୍ଥାନ ପାଇଥିଲେ । ଏହି ଇଭେଣ୍ଟର ଫାଇନାଲରେ ଶ୍ରେଷ୍ଠ ୧୨ ପ୍ରତିଯୋଗୀ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଥିବାରୁ ମଞ୍ଜୁବାଳା ସୌଭାଗ୍ୟ କ୍ରମେ ଫାଇନାଲ ପର୍ଯ୍ୟାୟକୁ ଉନ୍ନିତ ହେବା ସୁଯୋଗ ପାଇ ଥିଲେ ।

ସେହିଭଳି ଭାରତୀୟ ମହିଳା ଆଥଲେଟ ହିମା ଦାସ ମହିଳା ୨୦୦ ମିଟର ହିଟ ପ୍ରତିଯୋଗିତାରେ ୨୩.୪୨ ସେକେଣ୍ଡ ସମୟ ମଧ୍ୟରେ ଏହି ଦୂରତ୍ୱ ଅତିକ୍ରମ କରି ସେମିଫାଇନାଲ ପର୍ଯ୍ୟାୟ ପ୍ରତିଯୋଗିତା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ପୁରୁଷ ବକ୍ସିଂ ୯୨ କେଜି ଇଭେଣ୍ଟ ସୁପର ହେଭିୱେଟ୍‌ କ୍ୱାର୍ଟରଫାଇନାଲ ଇଭେଣ୍ଟରେ ସେଚେଲରର କେଡ୍ଡି ଇଭାନ୍ସଙ୍କୁ ୫-୦ରେ ପରାସ୍ତ କରି ଭାରତୀୟ ବକ୍ସର ସାଗର ଆଲୱତ ସେମିଫାଇନାଲ ଲଢ଼େଇ ପାଇଁ ଯୋଗ୍ୟତା ହାସଲ କରିଛନ୍ତି ।

ସେହିପରି ଭାରତର ଅନ୍ୟ ଦୁଇ ବକ୍ସର ଅମିତ ପଂଘଲ ଓ ଜେସମିନେ ମଧ୍ୟ ସେମିଫାଇନାଲ ଲଢ଼େଇ ପାଇଁ ସୁଯୋଗ ସୃଷ୍ଟି କରିଛନ୍ତି । ଅମିତ ପୁରୁଷ ୫୧ କେଜି ଫ୍ଲାଇୱେଟ ଇଭେଣ୍ଟ କ୍ୱାର୍ଟରଫାଇନାଲରେ ସ୍କଟଲାଣ୍ଡର ଲୋନୋନ ମୁଲିଗାନଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ଭାରତୀୟ ମହିଳା ବକ୍ସର ଜେସମିନେ ଲୋମ୍ବୋରିଆ ନ୍ୟୁଜିଲାଣ୍ଡର ଟ୍ରୋୟ ଗାର୍ଟନଙ୍କ ବି କ୍ଷରେ ୪-୧ ବିଜୟ ହାସଲ କରି ଶେଷ ୪ ବକ୍ସରଙ୍କ ସହିତ ଲଢ଼େଇ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହା ସହିତ ବ୍ୟାଡମିଣ୍ଟନ ସିଙ୍ଗଲ୍ସ ଇଭେଣ୍ଟର ମହିଳା ଓ ପୁରୁଷ ବିଭାଗ ପ୍ରାକ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଭାରତୀୟ ମହିଳା ତାରକା ତଥା ଡବଲ ଅଲିମ୍ପିକ୍‌ ପଦକ ବିଜେତା ପିଭି ସିନ୍ଧୁ ଓ ପୁରୁଷ ତାରକା କିଦାମ୍ବି ଶ୍ରୀକାନ୍ତ ।

Get real time updates directly on you device, subscribe now.