fbpx
BJD SKY
BJD SKY

CWG ମହିଳା ହକି ଇଭେଣ୍ଟ: କାନାଡାକୁ ୩-୨ ଗୋଲରେ ପରାସ୍ତ କଲା ଭାରତ, ପ୍ରଥମ ଦଳ ଭାବେ ସେମି ଫାଇନାଲରେ ମାରିଲା ଏଣ୍ଟ୍ରି

BJD

ବର୍ମିଂହାମ: ଭାରତୀୟ ମହିଳା ଦଳ ବୁଧବାର ଅନୁଷ୍ଠିତ ଗ୍ରୁପ ଏ’ର କର ବା ମର ମ୍ୟାଚରେ କାନାଡାକୁ ୩-୨ ଗୋଲରେ ପରାସ୍ତ କରି ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡା ମହିଳା ହକି ଇଭେଣ୍ଟ ସେମି ଫାଇନାଲ ପର୍ଯ୍ୟାୟରେ ପ୍ରବେଶ କରିଛି । ପୂର୍ବରୁ ଭାରତୀୟ ଦଳ ଘାନା ଓ ୱେଲ୍ସକୁ ହରାଇ ଥିବା ବେଳେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ହାରି ଯାଇଥିଲା । ତେଣୁ ସେମିଫାଇନାଲରେ ପ୍ରବେଶ ପାଇଁ କାନାଡାକୁ ପରାସ୍ତ କରିବା ଅତି ଜରୁରି ଥିଲା । ତେବେ ମ୍ୟାଚର ୨୨ ମିନିଟ ମଧ୍ୟରେ ସଲିମା ଟେଟେ ଓ ନବନୀତ କୌରଙ୍କ ଗୋଲ ବଳରେ ଭାରତ ୨-୦ ଅଗ୍ରଣୀ ହୋଇ ଥିଲା ।

ମାତ୍ର ପରବର୍ତ୍ତୀ ସମୟରେ କାନାଡା ବ୍ରିନେ ଷ୍ଟେୟାର୍ସ ଓ ହାନା ହଗନଙ୍କ ଗୋଲ ବଳରେ ସ୍ଥିତିକୁ ୨-୨ରେ ବରାବର କରି ପାରି ଥିଲା । ମାତ୍ର ମ୍ୟାଚର ୫୨ତମ ମିନିଟ ବେଳେ ଲାଲରେମସିଆନ ଏକ ପେନାଲ୍ଟି କର୍ଣ୍ଣର ସୁଯୋଗକୁ ସଫଳତାର ସହିତ କାର୍ଯ୍ୟକାରୀ କରିବା ଫଳରେ ଭାରତ ଶେଷ ପର୍ଯ୍ୟନ୍ତ ୩-୨ ଅଗ୍ରଣୀ ବଜାୟ ରଖି ବିଜୟୀ ହୋଇ ଥିଲା । ପୂର୍ବରୁ ଇଂଲଣ୍ଡ ଦମଦାର ପ୍ରଦର୍ଶନ କରି ଭାରତକୁ ୩-୨ରେ ପରାସ୍ତ କରି ଏହି ଗ୍ରୁପ ଏ ରୁ ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଥିଲା ।

Get real time updates directly on you device, subscribe now.