fbpx

ଆଜି ଖୋଲିବ ମାର୍କେଟ ବିଲ୍ଡିଂ, ଜଗିବେ ଗାେଟିଏ ପ୍ଲାଟୁନ୍ ପୋଲିସ ଫୋର୍ସ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌):  ଆଜି ଖୋଲିବ ମାର୍କେଟ ବିଲ୍ଡିଂ । ବିଏମ୍‌ସି ସହିତ ବ୍ୟବସାୟିକ ସଂଘର ଆଲୋଚନା ପରେ ଏହି ନିଷ୍ପତି ହୋଇଛି । ମାର୍କେଟ ବିଲ୍ଡିଂ ପରିସରରେ ଉଠା ଦୋକାନୀ ବସିବା ପ୍ରସଙ୍ଗ ନେଇ ବିବାଦ କାରଣରୁ ଜୁଲାଇ ୩୧ରୁ ଆଜି ପର୍ଯ୍ୟନ୍ତ ମାର୍କେଟ ବିଲ୍ଡିଂବନ୍ଦ ରହିଥିଲା ।

ବୁଧବାର ବିଏମ୍‌ସି ସହିତ ଅନୁଷ୍ଠିତ ବୈଠକ ପରେ ମାର୍କେଟ ବିଲ୍ଡିଂ ବ୍ୟବସାୟୀ ସଂଘର ସଭାପତି ପ୍ରଦ୍ୟୁମ୍ନ କୁମାର ଜେନା କହିଛନ୍ତି, ବିଭିନ୍ନ ପ୍ରସଙ୍ଗରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା । ବିଶେଷ କରି ଆସନ୍ତା ୭ ଦିନ ପର୍ଯ୍ୟନ୍ତ ନିୟମିତ ଭାବରେ ପୁଲିସ ପେଟ୍ରୋଲିଂ ଓ ବିଏମ୍‌ସିର ମିଳିତ ଚଢ଼ଉ ଜାରି ରହିବ । ପ୍ରଥମ ପର୍ଯ୍ୟାୟରେ ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ ସହ ଜଣେ ଏଏସ୍‌ଆଇ ଅଧିକାରୀ ଏହାର ସୁରକ୍ଷା ଦାୟିତ୍ୱରେ ରହିବେ । ପରେ ମାସକ ପର୍ଯ୍ୟନ୍ତ ଏହି ପେଟ୍ରୋଲିଂ ଚାଲୁ ରହିବ । ଏହାସହିତ ବ୍ୟବସାୟୀ କହିଛନ୍ତି ୪ ଦିନ ଭିତରେ ଯେତିକି କ୍ଷତି ନହୋଇଛି ମାର୍କେଟ ବିଲ୍ଡିଂର ପରିଚୟ ଓ ଛବି ମଳିନ ପଡିଛି ।

Get real time updates directly on you device, subscribe now.