fbpx

ମହାରାଷ୍ଟ୍ର ମୁହାଁ ହେଉଛି ବାତ୍ୟା ନିସର୍ଗ

ନୂଆଦିଲ୍ଲୀ, ୩/୬: ମହାରାଷ୍ଟ୍ର ଆଡକୁ ମାଡି ଆସୁଛି ବାତ୍ୟା ନିସର୍ଗ । ଉତ୍ତର ମହାରାଷ୍ଟ୍ର ଓ ଦକ୍ଷିଣ ଗୁଜୁରାଟ ମୁହାଁ ହେଉଛି ବାତ୍ୟା ।  ଏବେ ଘଣ୍ଟା ପ୍ରତି ୧୧କିମି ବେଗରେ ଗତି କରୁଛି ବାତ୍ୟା । ୬ଘଣ୍ଟା ଭିତରେ ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବାର ସମ୍ଭାବନା ରହିଛି।

ମହାରାଷ୍ଟ୍ର ଆଲିବାଗରେ ଅପରାହ୍ଣରେ  ଲ୍ୟାଣ୍ଡଫଲ କରିବ ବୋଲି ଜଣାପଡିଛି। ଲ୍ୟାଣ୍ଡଫଲ ବେଳେ ୧୨୦ କିମି ପର୍ଯ୍ୟନ୍ତ ପବନର ବେଗ ବହିପାରେ ବୋଲି ପୂର୍ବନୁମାନ କରାଯାଇଛି । ସେନେଇ ଗୁଜୁରାଟ ଉପକୂଳରେ ୮୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

Get real time updates directly on you device, subscribe now.