fbpx

ବାତ୍ୟା ‘ଜୱାଦ’ ଅପଡେଟ: ଶନିବାର ୧୯ ଜିଲ୍ଲାରେ ସ୍କୁଲ ବନ୍ଦ

ଭୁବନେଶ୍ୱର: ବାତ୍ୟା ‘ଜୱାଦ’ ପାଇଁ ଶନିବାର ୧୯ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା । ୪ ତାରିଖରେ ସ୍କୁଲ ଛୁଟି ନେଇ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ । ଗଞ୍ଜାମ, ଗଜପତି, ପୁରୀ, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, କୋରାପୁଟ, ରାୟଗଡ଼ା, କଟକ, ଖୋର୍ଦ୍ଧା, କନ୍ଧମାଳ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, ମାଲକାନଗିରି, ମୟୂରଭଞ୍ଜ ଜିଲ୍ଲାରେ ସ୍କୁଲ ବନ୍ଦ ।

ସୂଚନାଯୋଗ୍ୟ,  ଆଣ୍ଡାମାନ ସାଗରୁ ସୃଷ୍ଟି ହୋଇଥିବା ବାତ୍ୟା ‘ଜୱାଦ’ ଧୀରେ ଧୀରେ ଉପକୂଳ ଆଡ଼କୁ ମୁହାଁଉଛି । ବର୍ତ୍ତମାନ ସୁଦ୍ଧା ଏହା ସ୍ଥଳଭାଗ ଛୁଇଁବି କି’ ନାହିଁ ସ୍ପଷ୍ଟ ହୋଇନାହିଁ । ସେପଟେ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତ୍ସ୍ ପ୍ରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି । ବାତ୍ୟା ଏବେ ପାରାଦୀପଠାରୁ ୫୮୦ କିମି ଦୂରରେ ରହିଛି ।

ଶନିବାର ସନ୍ଧ୍ୟାରେ ଦିଗ ପରିବର୍ତ୍ତନ କରି ରବିବାର ପୁରୀ ଉପକୂଳରେ ସ୍ଥଳଭାଗ ଛୁଇଁବା ନେଇ ଅନୁମାନ କରିଛି ପାଣିପାଗ ବିଭାଗ । ପ୍ରଭାବରେ ମଧ୍ୟରାତ୍ରିରୁ ପ୍ରବଳ ବର୍ଷା ଆରମ୍ଭ ହେବ । ବାତ୍ୟା ଉପକୂଳ ମୁହାଁ ହେବାବେଳେ ପବନର ବେଗ ୯୦ରୁ ୧୦୦ କିମି ରହିବାର ଅନୁମାନ କରାଯାଉଛି ।

Get real time updates directly on you device, subscribe now.